Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

କରୋନା ଭୟରେ ସନ୍ତାନ ବି ଅଛୁଆଁ : ପବ୍ଲିକ୍ ଟୟେଲେଟରେ ଛୁଆକୁ ପକାଇ ଚାଲିଗଲା ମାଆ

11/03/2020 at 12:23 PM

କରୋନା ଭାଇରସର ଭୟାବହ ଏତେ ମାତ୍ରାରେ ଲାଗି ରହିଛି ଯେ ଲୋକେ ସବୁ କିଛି ଛାଡ଼ି ଦେଉଛନ୍ତି। ନିଜ ଔରସରୁ ଜନ୍ମ ହୋଇଥିବା ସନ୍ତାନ ବି। କରୋନା ଭାଇରସରେ ସଂକ୍ରମିତ ଚୀନର ଏକ ସୁଲଭ ଶୌଚାଳୟରେ ଏକ ୧୦ଦିନର ଶିଶୁକୁ ଛାଡ଼ି ଚାଲିଯାଇଛି ମାଆ। ଜଣେ ପ୍ରତ୍ୟେକ୍ଷଦର୍ଶୀ ଏହା ଦେଖି ପୋଲିସ୍ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ।

ଚାଇନାର ସିଚୁଆନର ମିୟାନୟାଙ୍ଗ ସହରରେ ଜଣେ ବ୍ୟକ୍ତି ସୁଲଭ ଶୌଚାଳୟକୁ ଯାଇଥିଲେ। ଠିକ୍ ସେତିକିବେଳେ ସେ କ୍ୟୁବିକଲ୍ ଭିତରୁ ଶିଶୁର କାନ୍ଦଣା ସ୍ବର ଶୁଣିବାକୁ ପାଇଥିଲେ।

 ସେ ତୁରନ୍ତ ଏହାର ଭିଡିଓ କରିଥିଲେ ଏବଂ ଶିଶୁ ନିକଟକୁ ଯାଇଥିଲେ। ଏହା ପରେ ସେ ଏକ କ୍ୟୁବିକଲରେ ହାରାହାରି ୧୦ଦିନର ଶିଶୁକୁ ମୁକୁଳା ଶରୀରରେ ଥଣ୍ଡାରେ କାନ୍ଦୁଥିବାର ଦେଖିଥିଲେ।

ଶିଶୁଟି ଖୁବ୍ ଜୋରରେ କାନ୍ଦୁଥିଲା। ଏହା ପରେ ସେ ପୋଲିସ୍ ଏବଂ ପ୍ରଶାସନକୁ ଖବର ଦେଇଥିଲେ। ଶିଶୁଟିକୁ ତୁରନ୍ତ ଉଷ୍ମ ପୋଷାକରେ ଆବୃତ୍ତ କରିଥିଲେ।

ଏହାର ତୁରନ୍ତ ପରେ ପୋଲିସ୍ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଏହା ପରେ ଶିଶୁଟିକୁ ମିୟାନୟାଙ୍ଗର କରୋନା କ୍ବାରଣ୍ଟିନ୍ ସେଣ୍ଟରକୁ ନିଆଯାଇଥିଲା।

ପୋଲିସ୍ କହିଥିଲା ଯେ କୌଣସି କରୋନା ସଂକ୍ରମିତ ମହିଳା ଏହି ଶିଶୁଟିକୁ ଏଠାରେ ଛାଡ଼ି ଯାଇଥିବେ। ସେମାନେ ଏହାର ତଦନ୍ତ କରୁଛନ୍ତି।

ପୋଲିସ କହିଥିଲା ଏହି ଶିଶୁଟିକୁ କ୍ବାରଣ୍ଟିନ୍ ସେଣ୍ଟରରେ କରୋନା ଯାଞ୍ଚ ହୋଇଛି। ବର୍ତ୍ତମାନ ଶିଶୁଟିକୁ ଏକ ଅନାଥାଶ୍ରମକୁ ପଠାଯାଇଛି। ଏଠାରେ ଶିଶୁଟିକୁ ଦେଖିବା ପାଇଁ ଅନେକ ଲୋକ ଜମା ହେଉଛନ୍ତି।

ଯଦି ଶିଶୁଙ୍କୁ କରୋନା ହୋଇଥାଏ ତେବେ ଶିଶୁଟିକୁ ପୂରା ଚିକିତ୍ସା ଯୋଗାଇ ଦିଆଯିବ। ବର୍ତ୍ତମାନ ଶିଶୁଟିର ଡିଏନଏକୁ ନେଇ ତାଙ୍କ ବାପା-ମାଆଙ୍କୁ ଖୋଜାଯିବାର ଉଦ୍ୟମ ଜାରି ରହିଛି।

ଡାକ୍ତର ଶିଶୁଟିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ଶିଶୁଟିର ଶରୀରର ତାପମାତ୍ରା କମ୍ ଥିଲା। କିନ୍ତୁ ଶରୀରରେ ପାଣିର ଅଭାବ ରହିଛି।

ଚୀନରେ ନିୟମ ରହିଛି ଯେ ଯଦି କୌଣସି ବାପା-ମାଆ ନିଜ ନବଜାତ ଶିଶୁଙ୍କୁ କେଉଁଠି ଛାଡ଼ିଥାଆନ୍ତି ତେବେ ତାଙ୍କୁ ୫ବର୍ଷର ଆଇନଗତ ଦଣ୍ଡ ହୋଇଥାଏ।

   Related Posts