କରୋନା ପଜିଟିଭ୍ ମା’ଠାରୁ ଜନ୍ମ ନେଇଥିବା ନବଜାତକ ମୃତ୍ୟୁକୁ ଦେଲା ମାତ୍, ଭାଇରସ୍ ସହ ଲଢିଲା ୧୯ ଦିନ

Published By : Prameya-News7 Bureau | June 01, 2021 IST

ମାଙ୍ଗାଲୋର ୧।୬: ସ୍ଥାନୀୟ ସିଭିଲ ହସ୍ପିଟାଲରେ କରୋନା ପଜିଟିଭ୍ ମା’ର ଗର୍ଭରୁ ଜନ୍ମ ହୋଇଥିବା ଶିଶୁ ଗୁରୁତର ଅବସ୍ଥାରେ ୧୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ସୁସ୍ଥ ହୋଇଛି । ଜନ୍ମ ସମୟରେ ମା’କୁ ହରାଇଥିବା ନବଜାତ ଶିଶୁକୁ ବଞ୍ଚାଇବାକୁ ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ । ଫଳରେ ମା’କୁ ହରାଇଥିବା ଶିଶୁର ଜୀବନ ବଞ୍ଚିଯାଇଛି । ୧୯ ଦିନ ଧରି କରୋନା ସହିତ ଲଢି ଜୀବନ ବଞ୍ଚିଥିବା ଶିଶୁର ନାଁ ‘ଅଭୟ’ ରଖିବାକୁ ପରିବାରଲୋକ ଚିନ୍ତା କରୁଛନ୍ତି । ସିଭିଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ ମାଙ୍ଗାଲୋର ଅଞ୍ଚଳରେ ରହୁଥିବା ୨୮ ବର୍ଷ ବୟସ୍କା ରୁଚି ପାଞ୍ଚାଲ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ମେ’ ୬ ତାରିଖରେ ସିଭିଲ୍ ହସ୍ପିଟାଲ ଅଣାଯାଇଥିଲା ।

ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଯେତେବେଳେ ମେ’ ୧୧ରେ ରୁଚିଙ୍କୁ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥିଲା ସେତେବେଳେ ଡାକ୍ତରମାନେ ଶିଶୁଟିକୁ ବଞ୍ଚାଇବା ପାଇଁ ସିଜରିଆନ୍ ପ୍ରସବ କରିଥିଲେ । ସିଜରିଆନ୍ ପ୍ରସବ କରାଇବା ଯୋଗୁଁ ରୁଚିଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା । ଅପରେସନ ସମୟରେ ମା’କୁ ବଞ୍ଚାଯାଇ ପାରିନଥିଲା । କିନ୍ତୁ ପିଲାଟି ଜନ୍ମ ହୋଇଥିଲା । ଜନ୍ମରୁ ପିଲାଟି କାନ୍ଦୁ ନଥିଲା । ତାକୁ ନଳୀ ସାହାଯ୍ୟରେ କ୍ଷୀର ପିଇବାକୁ ଦିଆଯାଉଥିଲା ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.