Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରଖେ ହରି ତ ମାରେ କିଏ ,କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର ହେଲା ସଦ୍ୟଜାତ ଶିଶୁପୁତ୍ର

15/06/2019 at 5:21 PM

ମୟୁରଭଞ୍ଜ  ୧୫/୬: କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର ହେଲା ସଦ୍ୟଜାତ ଶିଶୁପୁତ୍ର ।ମୟୁରଭଞ୍ଜ ମୋରଡ଼ା ନାହାଶୋଳ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁପୁତ୍ରକୁ ଗାଁଲୋକେ ଉଦ୍ଧାର କରି ଆଶାଦିଦିଙ୍କ ସହାୟତାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏସଏନସିୟୁରେ ଚିକିତ୍ସିତ ହେଉଥିବା ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତର କହିଛନ୍ତି ।

ରଖେ ହରି ତ ମାରେ କିଏ ?  ଜନ୍ମ ହେଉ ହେଉ ମାରିଦେବାକୁ ତ ସମସ୍ତ ଉଦ୍ୟମ କରିଥିଲେ ଜନ୍ମଦାତା । ହେଲେ ପିଣ୍ଡରେ ପ୍ରାଣ ଭରିଥିବା ଭଗବାନ କିନ୍ତୁ ଚାହିଁନଥିଲେ ନିଜର ସୁନ୍ଦର ସୃଷ୍ଟିକୁ ନଷ୍ଟ କରିଦେବାକୁ । ଖାସ୍‌ ସେଇଥିପାଇଁ ବୋଧ ହୁଏ ନିର୍ଜନ, ନିଛାଟିଆ ଜଙ୍ଗଲ ଭିତରୁ ପିମ୍ପୁଡ଼ି ଲାଗିଯାଇଥିବା ସଦ୍ୟଜାତ ଶିଶୁପୁତ୍ରଟି ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ମୟୁରଭଞ୍ଜ ମୋରଡ଼ା ନାହାଶୋଳ ଜଙ୍ଗଲରେ ଏହି ସଦ୍ୟଜାତ ଶିଶୁପୁତ୍ରକୁ ଗାଁ ଲୋକେ ଉଦ୍ଧାର କରି ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ହସପିଟାଲର ଏସଏନସିୟୁରେ ଚିକିତ୍ସିତ ହେଉଥିବା ଶିଶୁପୁତ୍ରଟିର ସ୍ବାସ୍ଥ୍ୟବସ୍ଥା ଏବେ ସ୍ବାଭାବିକ ଥିବାବେଳେ ଯେହେତୁ ଦୀର୍ଘ ସମୟ ଧରି ଶିଶୁପୁତ୍ରଟି ବାହାରେ ପଡ଼ି ରହିଥିଲା, ଏବଂ ତା’ ଶରୀରକୁ ବିଶାକ୍ତ ପିମ୍ପୁଡ଼ି କାମୁଡ଼ି କ୍ଷତାକ୍ତ କରିଦେଇଛନ୍ତି, ତେଣୁ ଶିଶୁଟି ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ ବୋଲି କହୁଛନ୍ତି ଡାକ୍ତର ।

ତେବେ କିଏ ଆଉ କାହିଁକି ଶିଶୁପୁତ୍ରଟିକୁ ଏଭଳି ପରିତ୍ୟକ୍ତ ଭାବେ ଫିଙ୍ଗିଦେଇଥିଲେ ତା’ର ତଦନ୍ତ ହେବା ସହ ନିଷ୍ପାପ ଶିଶୁଟିକୁ ହତ୍ୟା ଉଦ୍ୟମ କରିଥିବା ଅମଣିଷମାନଙ୍କୁ ଦଣ୍ଡ ମିଳିବା ଦରକାର ।

   Related Posts