ଡାକ୍ତରଙ୍କୁ ନାଲି ଆଖି ଦେଖାଇଲା ନବଜାତ ଶିଶୁ : ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

Published By : Prameya-News7 Bureau | February 23, 2020 IST

ରିଓ ଡି ଜେନେରୋ ୨୩/୨: ଡାକ୍ତର ନବଜାତ ଶିଶୁଙ୍କୁ କନ୍ଦାଇଥାଆନ୍ତି। ଶିଶୁ ସୁସ୍ଥ କି ନାହିଁ ଏବଂ ତା’ର ଫୁସଫୁସ୍ ଠିକଭାବେ କାମ କରୁଛି କି ନାହିଁ ଜାଣିବା ପାଇଁ ଡାକ୍ତରମାନେ ଶିଶୁକୁ କନ୍ଦାଇଥାଆନ୍ତି। ବ୍ରାଜିଲର ରିଓ ଡି ଜେନେରୋର ଏକ ହସ୍ପିଟାଲରେ ଫେବୃୟାରୀ ୧୩ତାରିଖରେ ଏକ ଶିଶୁ ଜନ୍ମ ହୋଇଛି। ସେ ଜନ୍ମ ହେବାପରେ କାନ୍ଦି ନଥିଲା।

{"id":228089,"sizeSlug":"large"}

ଡାକ୍ତରମାନେ ତା’ର ଅନ୍ତନାଡ଼ିକୁ କାଟିବା ପୂର୍ବରୁ କନ୍ଦାଇବାକୁ ଉଦ୍ୟମ କରିଥିଲେ। ଏହା ପରେ ଶିଶୁଟି ଡାକ୍ତରଙ୍କୁ ରାଗି ଚାହିଁଥିଲା। ସେଠାରେ ଥିବା କର୍ମଚାରୀମାନେ ଏହି ଦୃଶ୍ୟର ଏକ ଫଟୋ ଉଠାଇଥିଲେ। ଶିଶୁର ଏପରି ହାବଭାବ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରମାନେ କେବେ କୌଣସି ଶିଶୁଙ୍କ ଏପରି ହାବଭାବ ଦେଖିନଥିଲେ। କିନ୍ତୁ ଅନ୍ତନାଡ଼ି କଟାଯିବା ପରେ ଶିଶୁଟି କାନ୍ଦିଥିଲା।

{"id":228090,"width":589,"height":309,"sizeSlug":"large"}

ଶିଶୁଟିର ଫଟୋ ହସ୍ପିଟାଲ୍ ତରଫରୁ ସେୟାର କରାଯାଇଥିଲା। ଏହାକୁ ନେଇ ଡାକ୍ତର କହିଥିଲେ ଯେ- ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ମୁହୂର୍ତ୍ତ ଥିଲା। ଶିଶୁର ନାଁ ଇସାବେଲ୍ ପରେରା ଡି ଜିସସ୍ ରଖାଯାଇଛି। ଅପରେସନ୍ ହୋଇ ଶିଶୁର ଜନ୍ମ ହୋଇଛି।

{"id":228092,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.