ବର୍ଷକର ଛୁଆ ହଠାତ୍ ଛାଡ଼ିଦେଲା ସ୍ତନ୍ୟପାନ : ଡାକ୍ତରଙ୍କ ସହ ପରାମର୍ଶ କରିବାରୁ ଜଣା ପଡ଼ିଲା ଆଶ୍ଚର୍ଯ୍ୟଜନକ ଘଟଣା

Published By : Prameya-News7 Bureau | August 13, 2019 IST

ଇଂଲଣ୍ଡରେ ରହୁଥିବା ଜଣେ ମହିଳାଙ୍କ ବର୍ଷକର ଝିଅ ହଠାତ୍ ଗୋଟିଏ ପଟ ସ୍ତନରୁ କ୍ଷୀର ପିଇବା ବନ୍ଦ କରି ଦେଇଥିଲା। ମହିଳାଙ୍କୁ ସନ୍ଦେହ ହେବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କୁ ସ୍ତନ କ୍ୟାନସର ହୋଇଛି। ଏହା ପରେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା।

ଆମେ ଯାହା କଥା ଆପଣଙ୍କୁ କହୁଛୁ ସେ ହେଉଛନ୍ତି ଇଂଲଣ୍ଡର ହଲ ସହରରେ ରହୁଥିବା ୪୦ବର୍ଷ ବୟସ୍କା ନର୍ସ କ୍ଲେୟର ଗ୍ରେନଭିଲେ ଏବଂ ତାଙ୍କ ସାନ ଝିଅ ମଟିଲ୍ଟା। ଗତ ବର୍ଷ ଅପ୍ରେଲ୍ ମାସରେ ୧୩ମାସର ମଟିଲ୍ଡା ହଠାତ୍ ନିଜ ମାଆଙ୍କ ଗୋଟିଏ ସ୍ତନରୁ କ୍ଷୀର ପିଇବା ବନ୍ଦ କରି ଦେଇଥିଲେ।

ଏହା କ୍ଲେୟରଙ୍କୁ ଚକିତ କରିଥିଲା। ଏହାପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର କିଛି ଟେଷ୍ଟ କରିବା ପରେ ଜଣା ପଡ଼ିଲା ଯେ ମହିଳାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଛି। କ୍ଲେୟରଙ୍କ ବାମ ସ୍ତନାଗ୍ରର ପଛରେ ୧୦ସେଣ୍ଟିମିଟରର ଏକ ଟ୍ୟୁମର ବାହାରିଥିଲା ଯାହା କ୍ୟାନସରର ରୂପ ନେଇଥିଲା। ଡାକ୍ତରମାନେ ଅପରେସନ କରି ତାଙ୍କର ବାମ ସ୍ତନକୁ ହଟାଇ ଦେଇଥିଲେ। ଏହା ସହିତ କେମୋଥେରାପି ଏବଂ ରେଡିଓଥେରାପି ଦ୍ବାରା ଏହାକୁ ଠିକ୍ କରି ଦେଇଥିଲେ। କିଛି ମାସ ପରେ ଚିକିତ୍ସା ପରେ ମହିଳା ପୂରାପୂରି ସୁସ୍ଥ ହୋଇଯାଇଥିଲେ।

{"id":143927}

କ୍ଲେୟର କହିଥିଲେ ଯେ ତାଙ୍କ ଜୀବନର ବିପଦକୁ ତାଙ୍କ ଝିଅ ପୂର୍ବରୁ ଚିହ୍ନି ଦେଇଥିଲେ ।ଏଥିପାଇଁ ସେ ତାଙ୍କ ବାମ ପଟ ସ୍ତନ ପିଇବା ବନ୍ଦ କରି ଦେଇଥିଲା। ଯଦି ତାଙ୍କ ଝିଅ ଏପରି କରିନଥାଆନ୍ତା ତେବେ ତାଙ୍କୁ ଏହି ରୋଗ ବିଷୟରେ ଜଣା ପଡ଼ିନଥାଆନ୍ତା। ଡାକ୍ତର ଅପରେସନ କରି ତାଙ୍କ ବାମ ପଟ ବ୍ରେଷ୍ଟ ବାହାର କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.