ଡ୍ରେନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Published By : Prameya-News7 Bureau | December 14, 2019 IST

ପଦ୍ମପୁର ୧୪/୧୨: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକନ୍ୟାକୁ ଡ୍ରେନରେ ଫିଙ୍ଗି ଦିଆଯାଇଥିବା ଭଳି ଅଭାବନୀୟ ଖବର ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ । ପଦ୍ମପୁର ସହର ୱାର୍ଡ ନମ୍ବର ୬ ଶାସ୍ତ୍ରୀ ଛକ ପାଖରେ ଥିବା ସାହିର ଡ୍ରେନରେ ନବଜାତ ଶିଶୁକନ୍ୟାକୁ କେହି ଫିଙ୍ଗି ଦେଇ ଚାଲିଯାଇଛି ।

{"id":197550,"sizeSlug":"large"}

ସେହି ସାହିର ଶମ୍ଭୁ ନାମକ ଜଣେ ବ୍ୟକ୍ତି ଭୋରରୁ ଶୈାଚ ପାଇଁ ଯାଇଥିବା ସମୟରେ ଶିଶୁର କାନ୍ଦ ଶୁଣିଥିଲେ । ଏକ ପ୍ଲାଷ୍ଟିକ ବସ୍ତାରେ ନବଜାତ ଶିଶୁକନ୍ୟା କାଦୁଅରେ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।  ଏ ନେଇ ସାହି ବାସିନ୍ଦାଙ୍କୁ ଖବର ଦେବା ପରେ ଶିଶୁକୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":197551,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.