Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରେଳବାଇର ବଡ଼ ନିଷ୍ପତ୍ତି: ଡିସେମ୍ବର ପହିଲାରୁ ଆସିପାରେ ପାସେଞ୍ଜର ଟ୍ରେନର ନୂଆ ସମୟସାରଣୀ, ବାତିଲ ହୋଇପାରେ ୬୦୦ ମେଲ-ଏକ୍ସପ୍ରେସ ଟ୍ରେନ, ଦଶ ହଜାର ୨୦୦ ଷ୍ଟପେଜ ହେବ ଉଚ୍ଛେଦ

16/10/2020 at 1:27 PM

ନୂଆଦିଲ୍ଲୀ ୧୬/୧୦: ଡିସେମ୍ବର ପହିଲାରୁ ସବୁ ପାସେଞ୍ଜର ଟ୍ରେନ୍ ଏକ ଶୂନ୍ୟ ଆଧାରିତ ବା ‘ଜିରୋ ବେସଡ’ ଟାଇମଟେବଲ ସହ ଆସିପାରେ। ରେଳବାଇ ଏଭଳି ଏକ ବଡ଼ ନିଷ୍ପତ୍ତି ଆଜି ନେଇଛି। ଏହା ସହ ୬୦୦ ମେଲ/ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି। ୧୬୦୦ ନାଇଟ୍ ଷ୍ଟପେଜ ସମେତ ୧୦ ହଜାର ୨୦୦ ଷ୍ଟପେଜ ଉଚ୍ଛେଦ ହେବ। ନୂତନ ଯୋଜନା ଅନୁସାରେ ୩୬୦ ଯାତ୍ରୀବାହୀ ଟ୍ରେନକୁ ମେଲ/ଏକ୍ସପ୍ରେସ ଟ୍ରେନ ଓ ୧୨୦​‌ ମେଲ-ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ଟ୍ରେନରେ ଅପଗ୍ରେଡ କରାଯିବ।

ରେଲଓ୍ବେ ବୋର୍ଡ ଚେୟାରମ୍ୟାନ ଓ ସିଇଓ ବିନୋଦ କୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେତେବେଳେ ରେଗୁଲାର ଟ୍ରେନ ଆରମ୍ଭ ହେବ ସେତେବେଳେ ନୂଆ ଟାଇମ ଟେବଲ ଆସିବ । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ନୂଆ ସମୟସାରଣୀ ଆସିବ ନାହିଁ।

କରୋନା ଯୋଗୁ ମାର୍ଚ ୨୨ରୁ ସବୁ ରେଗୁଲାର ପାସେଞ୍ଜର ଟ୍ରେନ୍ ସେବା ଉପରେ କଟକଣା ଲାଗିଛି। ତେବେ ଆବଶ୍ୟକ ଓ ଦାବି ମୁତାବକ ଏବେ ନିୟମିତ ଭାବେ ୩୦୦ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଚାଲୁଛି। ସେପ୍ଟେମ୍ବର ୧୨ରୁ ଅତିରିକ୍ତ ୮୦ ଟ୍ରେନ୍ ମଧ୍ୟ ଚାଲୁଛି। ଯାହାକୁ କ୍ଳୋନ ଟ୍ରେନ୍ ନାଁ ଦିଆଯାଇଛି। ଆଇଆରସିଟିସି ଅକ୍ଟୋବର ୧୭ରୁ ପ୍ରାଇଭେଟ ‘ତେଜସ’ ଟ୍ରେନ ସେବା ଆରମ୍ଭ କରିବା ଘୋଷଣା କରିଛି। ଏହା ବାଦ୍ ନିକଟରେ ରେଲଓ୍ବେ ବୋର୍ଡ ବଭିନ୍ନ ଜୋନରୁ ୩୯ ନୂଆ ଏସି ଟ୍ରେନ ଚାଳଇବାକୁ ମଞ୍ଜୁରି ଦେଇଛି।

   Related Posts