ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା : କର ବା ମର ସ୍ଥିତିରେ ପାକିସ୍ତାନ

Published By : Prameya-News7 Bureau | June 26, 2019 IST

ବର୍ମିଂହମ ୨୬|୬: ବିଶ୍ବକପ କ୍ରିକେଟ-୨୦୧୯ର ୩୩ତମ ମ୍ୟାଚ ଆଜି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି । ବର୍ଷା କାରଣରୁ ମ୍ୟାଚ ୧ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି । ଟସ ଜିତି ନ୍ୟୁଜଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜଲାଣ୍ଡ କେହି ବି ପ୍ଲେଇଙ୍ଗ ଇଲେଭେନରେ କୌଣସି ପରିବର୍ତ୍ତନ କରିନାହାନ୍ତି । ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ଗତ ୬ଟିଯାକ ମ୍ୟାଚରେ ପ୍ଲେଇଙ୍ଗ ଇଲେଊେନରେ କୌଣସି ପରିବର୍ତ୍ତନ କରିନାହିଁ। ସେହିଭଳି ଲର୍ଡସରେ ବିଜୟ ହାସଲ କରିଥିବା ପାକିସ୍ତାନ ଟିମରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।

ନ୍ୟୁଜିଲାଣ୍ଡର ପ୍ଲେଇଙ୍ଗ ଇଲେଭେନ-

ମାର୍ଟିନ ଗାଏଲ, କୋଲିନ ମୁନରୋ, କେନ ୱିଲିୟମ୍ସନ(ଅଧିନାୟକ), ରସ ଟେଲର, ଟମ ଲାଥମ, ଜେମ୍ସ ନିଶାମ, କଲିନ ଡି ଗ୍ରେଣ୍ଡହୋମ, ମିଚେଲ ସେଣ୍ଟନର, ମେଟ ହେନେରୀ, ଲକି କାର୍ଗ୍ୟୁସନ, ଟ୍ରଂଟ ବୋଲ୍ଟ ।

ପାକିସ୍ତାନର ପ୍ଲେଇଙ୍ଗ ଇଲେଭେନ-

ଇମାମ-ଉଲ-ହକ, ଫଖର ଜମାଁ, ବାବର ଆଜମ, ହୈରିଶ ଲହେଲ, ସରଫରାଜ ଅହମ୍ମଦ(ଅଧିନାୟକ), ଇମାଦ ୱସିମ, ଶାଦବ ଖାନ, ବାହବ ରିୟାଜ, ମହମ୍ମଦ ଆମିର, ଶାହିନ ଆଫ୍ରେଦି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.