Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତ ପରାଜୟ : ୭ ୱିକେଟରେ ଟିମ୍ ଇଣ୍ଡିଆକୁ ହରାଇଲା ନ୍ୟୁଜିଲାଣ୍ଡ, ୨-୦ରେ ସିରିଜ ଜିତି ନେଲା କ୍ବିୱି ଟିମ୍

2/03/2020 at 8:31 AM

ଖ୍ରୀଷ୍ଟଚର୍ଚ୍ଚ ୦୨।୦୩: ଦିନିକିଆ ପରେ ଟେଷ୍ଟ ଶୃଙ୍ଖଳା ମଧ୍ୟ ହାରିଲା ଭାରତୀୟ ଦଳ ।  ନ୍ୟୁଜିଲାଣ୍ଡ ଚାଲିଥିବା ଟେଷ୍ଟ ସିରିଜ ଅନ୍ତ ହୋଇଛି । ଟେଷ୍ଟ ସିରିଜରେ  ବିରାଟ ବାହିନୀ  ପରାସ୍ତ ହୋଇଛି ।  ସିରିଜର ଦ୍ବିତୀୟ ମ୍ୟାଚ୍‌ ବିଜୟୀ ସହ ନ୍ୟୁଜିଲାଣ୍ଡ ସିରିଜକୁ ୨-୦ରେ ବିଜୟୀ ହୋଇଛି । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଓ୍ବେଲିଂଟନରେ ଖେଳାଯାଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ୧୦ଓ୍ବିକେଟ୍‌ରେ ପରାସ୍ତ କରିବା ପରେ ସୋମବାର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତକୁ ୭ଓ୍ବିକେଟରେ ପରାସ୍ତ କରିଛି କିଓ୍ବି ଟିମ୍‌ ।

ଦ୍ବିତୀୟ ଟେଷ୍ଟରେ ଟସ୍‌ ହାରି ବ୍ୟାଟି କରିଥିବା ଭାରତୀୟ ଦଳ ପ୍ରଥମ  ପ୍ରଥମ ଇନିଂସରେ ୨୪୨ ରନ୍ ଓ ଦ୍ୱିତୀୟ ଇନିଂସରେ ୧୨୪ ରନ କରିବା ସକ୍ଷମ ହୋଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରି ନ୍ୟୁଜିଲାଣ୍ଡର ବୋଲିଂ ଆଟାକ୍‌ ସମ୍ମୁଖରେ ଦୃଢ ସ୍ଥିତିରେ ଛିଡା ହୋଇପାରିନଥିଲା ଟିମ୍‌ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ହରାଇ ୧୩୨ ରନ କରି ବିଜୟୀ ହୋଇଛି  । ତେବେ ଏହି ବିଜୟ ସହ ସିରିଜକୁ କ୍ଲିନ ସ୍ବିଇପ୍ ମଧ୍ୟ କରିଛି କିଓ୍ବି ଦଳ ।  ଦ୍ବିତୀୟ ଟେଷ୍ଟ ନିଜର ବୋଲିଂ ଓ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ କାଏଲ ଜାମିସନଙ୍କୁ Man Of Match ପୁରସ୍କାର ପ୍ରଦାନ କରାଯାଇଛି ।

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତୀୟ ଦଳ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା  । କିନ୍ତୁ ପୂର୍ବ ଟେଷ୍ଟ ପରି ଏହି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତୀୟ ଦଳ ୨୪୨ ରନ କରି ଅଲଆଉଟ ହୋଇଯାଇଥିଲା  । ତେବେ ଭାରତର ସ୍କୋରକୁ ପଛି କରିବାକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । କିନ୍ତୁ ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ଯାହାକି ନ୍ୟୁଜିଲାଣ୍ଡ ଟିମ୍‌କୁ ୨୩୫ରନ୍‌ ସୀମିତ ରଖିଥିଲା ଭାରତୀୟ ବୋଲିଂ ଆଟାକ୍‌ ।

ତେବେ ପ୍ରଥମ ଇନିଂସରେ ୭ରନ୍‌ରେ ଆଗୁଆ ଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଯାଇ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହେବାକୁ ପଡିଥିଲା । ଭାରତ ୧୨୪ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲେ । ତେବେ ୧୩୨ରନ୍‌ ସ୍କୋରକୁ ପିଛା କରିବାକୁ ଯାଇ ପଡିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡର ଓପନର । ଉଭୟ ଓପନର ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷରେ ନ୍ୟୁଜିଲାଣ୍ଡ ଏହି ସ୍କୋରକୁ ୩୬ ଓଭରରେ ୩ଓ୍ବିକେଟ ହରାଇ ହାସଲ କରିନେଇଛି ।

   Related Posts