Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦ୍ବିତୀୟ ଦିନିକିଆ ବିଜୟ ସହ ସିରିଜ୍ କବ୍‌ଜା କଲା କ୍ବିଓ୍ବି ଟିମ୍‌ , କାମ ଦେଲାନି ଜାଡେଜାଙ୍କ ଲଢୁଆ ଇନିଂସ

8/02/2020 at 3:07 PM

ଅକଲାଣ୍ଡ ୦୮।୦୨: ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ । ୨୭୪ରନ୍‌କୁ ପିଛା କରି ୨୨ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍‌ଲାଣ୍ଡ ସେଡେନ୍‌ ପାର୍କରେ ଚାଲିଥିଲା ୨ୟ ମ୍ୟାଚ୍‌ । ନ୍ୟୁଜିଲାଣ୍ଡ ପ୍ରଥମ ବ୍ୟାଟି କରି ଭାରତକୁ ସୀମିତ ୫୦ଓଭରରେ ୮ଓ୍ବିକେଟ ହରାଇ ୨୭୩ରନ୍ କରିଥିଲା । ଜବାବରେ ଭାରତ ୪୮.୩ ଓଭରରେ ମାତ୍ର ୨୫୧ରନ୍‌ କରିବାକୁ ସମର୍ଥ ହୋଇଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫୫ରନ୍‌ କରିଛନ୍ତି ।ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ଖେଳାଳି ଜମିଶନ ୨ ଓ୍ବିକେଟ ସହ ୨୫ରନ୍‌ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆଯାଇଥିବା ୨୭୪ରନ୍‌ରୁ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ ପରି ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଓପନର ଯୋଡି ପ୍ରାରମ୍ଭିକ ସ୍କୋର ଭଲ କରିନଥିଲେ । ଦଳୀୟ ସ୍କୋର ୨୧ରନ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ ୩ରନ୍‌ କରି ଆଉଟ ହୋଇଯାଇଥିଲେ । ପରେ ଦଳ କ୍ରମାଗତ ଭାବେ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଶ୍ରେୟର ଆୟର ୫୨ରନ୍‌ କରି ଆଉଟ ହୋଇଥିବା ବେଳେ ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ରବିନ୍ଦ୍ର ଜାଡେଜାଙ୍କ ଲଢୁଆ ଇନିଂସ ଜାରି ରହିଥିଲା । ଯାହାକି ଦଳକୁ ଏକ ଟାର୍ଗେଟର ନିକଟତର କରିନେଇଥିଲା । ତେବେ ରବିନ୍ଦ୍ର ଜାଡେଜାଙ୍କ ସହ ନବଦୀପ ସାଇନ ମଧ୍ୟ ଆକର୍ଷଣ ୪୫ରନ୍‌ କରିଥିଲେ । କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା । ସମ୍ପୂର୍ଣ୍ଣ ଦଳ୪୮.୩ ଓଭରରେ ଆଉଟ ହୋଇଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ବେନେଟ, ସାଉଦି, ଜାମିଶନ ଓ ଗ୍ରାଣ୍ଡହୋମ ୨-୨ ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ନିଶାମ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ଓ ନିକୋଲାସ । ଦଳକୁ ଭଳ ଆରମ୍ଭ ଦେଇଥିଲେ । ୧୬ଓଭରରେ ଦଳୀୟ ସ୍କୋର ୯୩ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ନିକୋଲାସ୍‌ ରୂପେରେ ଲାଗିଥିଲା । ପରେ କିଛି କିଛି ରନ୍‌ ବ୍ୟବଧାନରେ ନ୍ୟୁଜିଲାଣ୍ଡର ଓ୍ବିକେଟ୍ ପତନ ହୋଇଥିଲା । ମାର୍ଟିନ ଗୁପ୍ଟିଲ ବ୍ୟକ୍ତିଗତ ୭୯ରନ୍‌ କରିଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ଏକ ଜବରଦସ୍ତ ଥ୍ରୋରେ ରନ୍‌ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ନିୟମତି ଭାବରେ ଓ୍ବିକେଟର ପତନ ହୋଇଥିଲା । ଦଳ ପକ୍ଷରୁ ଭଳ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିବର୍ତ୍ତିନ କରିପାରିନଥିଲେ ନ୍ୟୁଜିଲାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ ଦଳରେ ଖେଳୁଥିବା ଅନୁଭବି ବ୍ୟାଟସମ୍ୟାନ ରସ୍‌ ଟେଲରଙ୍କ ରକ୍ଷ୍ମାଣତ୍ମକ ୭୪ବଲ୍‌ରେ ୭୩ରନ ଯୋଗୁଁ ଦଳ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା । ଘରୋଇ ଟିମ୍‌ ପକ୍ଷରୁ ମାର୍ଟ୍ଟିନ ଗୁପ୍ଟିଲ ସର୍ବାଧିକ ୭୯, ନିକୋଲାସ୍ ୪୧,ବ୍ଲୁଣ୍ଡେଲ ୨୨ କରି ପାଭିଲିୟନ ଫେରିଯାଇଥିଲେ । ରସ୍‌ ଟେଲର୍‌ ୭୩ ଓ ଜାମିଶନ ୨୩ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୨ୟ ମ୍ୟାଚ୍‌ରେ ପକ୍ଷରୁ ଆଜି ଜୋରଦାର ବୋଲିଂ ଓ ଫିଲ୍ଡିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତୀୟ ବୋଲରମାନଙ୍କ ମଧ୍ୟରେ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେବା ସହ ଶର୍ଦ୍ଦୁଲ ଠାକୁର ୨ ଓ ରବିନ୍ଦ୍ର ଜାଡେଜ ୧ଟି ଓ୍ବିକେଟ୍ ହାସଲ କରିଛନ୍ତି ।

   Related Posts