ୱେଲିଂଟନରେ ବଦଳିଲା ଇତିହାସ, ୧୦ଓ୍ବିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | February 24, 2020 IST

ୱେଲିଂଟନ ୨୩।୦୨: ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳ ଶେଷ ହୋଇଛି । ସିରିଜ୍‌ର ପ୍ରଥମ  ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ଭାରତକୁ ୧୦ଓ୍ବିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ୧.୪ଓଭରରେ ହାସଲ କରିନେଇଛି କିଓ୍ବି ଟିମ୍‌ ।  ଭାରତ ପ୍ରଥମ ଇନିଂସରେ ୧୬୫ ଓ ଦ୍ୱିତୀୟ ଇନିଂସରେ ୧୯୧ ରନ କରିଥିଲା । ଜବାବରେ  ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୪୮ ଓ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୯ ରନ ସଂଗ୍ରହ କରିଥିଲା । ମ୍ୟାଚ୍‌ରେ ସମୁଦାୟ ୨ଟି ଇନିଂସରେ ୯ଟି ଓ୍ବିକେଟ ନେଇଥିବାରୁ ଟିମ୍‌ ସାଉଦୀଙ୍କୁ Player OF The Match ଭାବେ ଘୋଷଣା କରାଯାଇଛି । ପ୍ରଥମ ମ୍ୟାଚ୍‌ରେ ବିଜୟୀ ସହ ନ୍ୟୁଜିଲାଣ୍ଡ ୧-୦ରେ ସିରିଜ୍ ଆଗୁଆ ରହିଛି । ତେବେ ସିରିଜ୍‌ର ଦ୍ୱିତୀୟ ତଥା ଶେଷ ଟେଷ୍ଟ  ଆସନ୍ତା ୨୯ ତାରିଖରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳଯିବ । 

{"id":228367,"sizeSlug":"large"}

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଓ୍ବିକେଟ ପତନର ଶୀକାର ହୋଇଥିଲା। ମ୍ୟାଚର ୪ଓଭରରେ ଦଳୀୟ ସ୍କୋର ୧୬ରନ ହୋଇଥିବା ବେଳେ ପୃଥୀ ସଙ୍କ ରୂପରେ ପ୍ରଥମ ଓ୍ବିକେଟ ପଡିଥିଲା। ଭାରତୀୟ ବ୍ୟାଟସମ୍ୟାନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ ୩୪,ଚେତେଶ୍ବର ପୂଜାର ୧୧,ଅଧିନାୟକ ବିରାଟ କୋହଲି ୨,ହନୁମା ବିହାରୀ ୭ରନ୍‌, ରିଷଭ ପନ୍ଥ ୧୯, ମହମ୍ମଦ ସାମି ୨୧ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ଦଳ ପକ୍ଷରୁ ସର୍ବାଧିକ ୪୬ରନ୍‌ କରିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ଓ ସାଉଦି ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ  ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ୍ ନେଇଛନ୍ତି । ଭାରତ ୬୮.୧ ଓଭର ଖେଳି ୧୬୫ରନ୍‌ କରିବାକୁ ସକ୍ଷମ ହୋଇଛି ।

{"id":228368,"sizeSlug":"large"}

ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ଟମ୍‌ ଲାଥମ ୧୧, ଟିମ୍‌ ବ୍ଲଣ୍ଡେଲ୍‌ ୩୦, ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୮୯, ରସ୍‌ ଟେଲର ୪୪, ନିକୋଲାସ୍‌ ୧୭, ଓ୍ବାଲଟିଙ୍ଗ ୧୪, ଗ୍ରାଣ୍ଡହୋମ ୪୩, ସାଉଦି ୬, ଜାମିସନ ୪୪, ବୋଲ୍ଟ ୩୮, ପଟେଲ ୪ରନ୍ କରିଥିଲେ । କିଓ୍ବି ଟିମ୍‌ ୧୦୦.୨ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ୩୪୮ରନ୍‌ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୫ଓ୍ବିକେଟ  ନେଇଥିବା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ୩ଓ୍ବିକେଟ ନେଇଥିଲେ ।

{"id":228369,"sizeSlug":"large"}

ପ୍ରଥମ ଇନିଂସରେ ଭାରତ ଠାରୁ ନ୍ୟୁଜିଲାଣ୍ଡ ୧୬୫ରନ୍‌ରେ ପଛରେ ରହିଥିଲା ଟିମ୍‌ ଇଣ୍ଡିଆ । ତେବେ ଦ୍ବିତୀୟ ଇନିଂସ ବ୍ୟାଟିଂ କରିବାକୁ ଯାଇ ଭାରତୀୟ ଟିମ୍‌ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନେ ହୋଇଥିଲା । ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ଧ୍ବଂସ ପାଇଥିଲା ଭାରତୀୟ ବ୍ୟାଟିଂ ଲାଇନ । ୨ୟ ଇନିଂସରେ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । କିଛି ସମୟ ଧରି ଠିକଣା ଭାବେ ଖେଳୁଥିଲେ ମଧ୍ୟ ପ୍ରଥମ ଇନିଂସ ପରି ପ୍ରାରମ୍ଭିକ ଝଟକା ଲାଗିଥିଲା ଭାରତୀୟ ଟିମ୍‌କୁ । ଦଳର ଓପନର ପୃଥୀ ସ ୧୪ରନ୍‌ କରି ପାଭିଲିୟନ ଫେରିଯାଇଛନ୍ତି । ଦଳୀୟ ୨୭ରନ୍‌ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ତେବେ ଭାରତ ପକ୍ଷରୁ ପୃଥୀ ସ ୧୪, ମୟଙ୍କ ଅଗ୍ରଓ୍ବାଲ ୫୮, ଚେତେଶ୍ବର ପୂଜାରା ୧୧, ଅଧିନାୟକ କୋହଲି ୧୯ରନ୍‌, ରିଷଭ ପନ୍ଥ ୨୫, ଆଜିଙ୍କ୍ୟ ରାହାଣେ ୨୯ରନ୍‌ କରି ପାଭିଲିୟନ ଫେରିଯାଇଥିଲେ । ଭାରତ ୨ୟ ପାଳିରେ ୮୧ଓଭର ଖେଳି ୧୯୧ରନ୍‌ କରି ଅଲଆଉଟ ହୋଇଯାଇଥିଲା । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦୀ ୫ଟି ଓ ବୋଲ୍ଡ ୪ ଟି ଓ୍ବିକେଟ ନେଇଥିବା ବେଳେ ଗ୍ରାଣ୍ଡହୋମ ୧ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

{"id":228370,"sizeSlug":"large"}

ଭାରତ ପକ୍ଷରୁ ଦିଆଯାଇଥିବା ୯ରନ୍‌ର ଟାର୍ଗେଟକୁ ନେଇ ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । ଟମ୍‌ ଲାଥମ୍‌ ୭ ଓ ଟମ୍‌ ବ୍ଲୁଣ୍ଡେଲ ୨ ରନ୍‌ କରି ଟିମ୍‌କୁ ବିଜୟୀ କରିଥିଲେ । ନ୍ୟୁଜିଲାଣ୍ଡ କୌଣସି ଓ୍ବିକେଟ ନହରାଇ ୧.୪ଓଭରରେ ଲକ୍ଷ୍ୟ ହାସଲ କରିନେଇଛି । ତେବେ ମ୍ୟାଚ୍‌ରେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରିଥିବାରୁ ଟିମ୍‌ ସାଉଦୀଙ୍କୁ Player OF The Match ଭାବେ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.