Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

1st ODI: ରସ୍ ଟେଲରଙ୍କ ଶତକ ବଳରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

5/02/2020 at 3:39 PM

ସେଡାନପାର୍କ ୫।୨:  ଟି-୨୦ ସିରିଜ ପରେ ବୁଧବାର ଆରମ୍ଭ ହୋଇଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌କୁ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ହାତେଇନେଇଛି। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା ନ୍ୟୁଜିଲ୍ୟାଣ୍ଡ। ନିର୍ଦ୍ଧାରିତ ୫୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ କରିଥିଲା ୩୪୭ ରନ୍। ୩୪୮ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା କ୍ୱିଇ ଦଳ ୬ ୱିକେଟ୍ ବିନିମୟରେ ୪୮ ଓବର ୨ଟି ବଲରୁ ଲକ୍ଷ ହାସଲ କରିନେଇଛନ୍ତି।

ଟେଲରଙ୍କ ଅପରାଜେୟ ୧୦୯ ରନ ସାଙ୍ଗକୁ ନିକୋଲସ୍‌ଙ୍କ ୭୮ ଓ ଲେଥଲଙ୍କ ୬୯ ରନ୍ ଟିମ୍‌ର ବିଜୟରେ ବେଶ୍ ସହାୟକ ହୋଇଛି। ସିରିଜର ପ୍ରଥମ ଦିନିକିଆରେ ଗୁପ୍ତିଲ ଓ ନକୋଲ୍ସଙ୍କ ଓପ୍ନିଂ ସଫଳ ହୋଇଥିଲା। ୩୨ ରନରେ ଗୁପ୍ତିଲ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଜାଦବଙ୍କ ଦ୍ୱାରା କ୍ୟାଚ୍ ହୋଇ ପ୍ୟାଭିଲିୟନ କୁ ଫେରିଥିଲେ। ତେବେ ନିକୋଲସ୍ ରକ୍ଷଣାତ୍ମକ ଖେଳି ଟିମ୍‌କୁ ବିଜୟ ଲକ୍ଷ ଆଡକୁ ମୁହାଁଇଥିଲେ। ବ୍ଲଣ୍ଡେଲ ଯଦିଓ କ୍ରିଜରେ ନିକୋଲସ୍‌ଙ୍କୁ ବେଶି ସମୟ ସହଯୋଗ କରିପାରିନଥିଲେ ହେଲେ ଟେଲର ଟିମ୍‌ର ସ୍ଥିତିକୁ ସମ୍ଭାଳିନେବା ଯୋଗୁ ଟିମ୍‌ ସିରିଜର ପ୍ରଥମ ବିଜୟ ହାସଲ କରିଛି।

ଭାରତ ପକ୍ଷରୁ ଶ୍ରୟେଶ ଆୟରଙ୍କ ୧୦୩ ରନ ସାଙ୍ଗକୁ କେ.ଏଲ.ରାହୁଲଙ୍କ ଅପରାଜେୟ ୮୮ ଓ କ୍ୟାପ୍ଟେନ କୋହଲୀଙ୍କ ୫୧ ରନ ଯୋଗଦାନରେ ଟିମ୍ ଇଣ୍ଡିଆ ମାତ୍ର ୪ ୱିକେଟ୍ ବିନିମୟରେ ୩୪୭ ରନ କରିଥିଲା। ତେବେ କ୍ୱିଇ ଟିମ୍‌ର ସଠିକ୍ ଟାଇମିଂ ସାଙ୍ଗକୁ ଦ୍ରୁତ ରନ ସଂଗ୍ରହ ପ୍ରଥମ ବିଜୟ ଦେଇଥିବା ବେଳେ ଟିମ୍ ୧-୦ରେ ଅଗ୍ରଣୀ ହୋଇଛି।  

   Related Posts