ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-ଟ୍ବେଣ୍ଟି : ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | January 29, 2020 IST

ହାମିଲ୍‌ଟନ୍ ୨୯।୦୧: ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ୩ୟ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ହାମିଲଟନର ସେଡେନ ପାର୍କରେ ଦିନ ୧୨.୩୦ରେ ଖେଳାଯିବ ମ୍ୟାଚ । ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଆଜିର ମ୍ୟାଚ ଜିତି ବିଜୟଧାରା ବଜାର ରଖିବାକୁ ବିରାଟ ବାହିନୀ ପ୍ରୟାସ କରିବ । ସେପଟେ ପ୍ରତିଶୋଧ ନେବା ପାଇଁ କିୱି ଦଳ ମଧ୍ୟ ବିଶେଷ ରଣନୀତି ପ୍ରସ୍ତୁତ କରିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାକୁ ପଡ଼ିବ ।

wp:embed {"url":"https://twitter.com/BCCI/status/1222407226452795392"}
https://twitter.com/BCCI/status/1222407226452795392
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.