ନାମ ବଦଳାଇବାକୁ ଯାଉଛି ପାକିସ୍ତାନର ଏହି ଶତ୍ରୁ ଦେଶ, ଜାଣନ୍ତୁ ରହିବ କ’ଣ?

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪।୯: ନିକଟରେ କ୍ରିକେଟ ମ୍ୟାଚ୍‌ ଶୃଙ୍ଖଳା ବାତିଲ କରି ପାକିସ୍ତାନକୁ ନିଜର ଶତ୍ରୁ କରିଥିବା ନ୍ୟୁଜିଲ୍ୟାଣ୍ଡର ନାମ ବଦଳାଇବାକୁ ଯାଉଛି। ଦେଶର ପ୍ରମୁଖ ରାଜନୈତିକ ଦଳ ମାଓରୀ ପାର୍ଟି ଚଳାଇଥିବା ଅଭିଯାନକୁ ବେଶ ଜନସମର୍ଥନ ମିଳୁଛି। ପାର୍ଟି ଚାହୁଁଛି ଦେଶର ଅଧିକାରୀକ (ଅଫିସିଆଲ) ନାମ ନ୍ୟୁଜିଲ୍ୟାଣ୍ଡ ବଦଳେ ‘ଆଓତିଏରୋଆ’ କରିବାକୁ। ଦେଶବାସୀ ମଧ୍ୟ ଏହା ଚାହାନ୍ତି। ଏଣୁ ସରକାର ନାମ ବଦଳାଇବା ଲାଗି ପଦକ୍ଷେପ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

{"id":517057,"sizeSlug":"full","linkDestination":"none"}

ଏଥିଲାଗି ଗତ ସପ୍ତାହରେ ମାଓରୀ ପାର୍ଟି ଦେଶରେ ଅନଲାଇନ ପିଟିସନ ଅଭିଯାନ ଆରମ୍ଭ କରିଛି। ଏଥିରେ ପାର୍ଟି ୨ଟି ଦାବି ରଖିଛି। ଏଥିରେ ପ୍ରଥମ ଦାବି ଦେଶର ନାମ ପରିବର୍ତ୍ତନ ଥିବା ବେଳେ ଦ୍ୱିତୀୟ ଦାବି ଇଂରେଜ ଶାସନ ପୂର୍ବରୁ ମାଓରୀ କାଳରେ ସ୍ଥାମାନଙ୍କର ନାମ ଯାହା ଥିଲା ପୁଣି ସେହି ନାମକରଣ କରିବା। ଏଥିରୁ ଦେଶର ଅଧିକାରୀକ ଭାଷା ଏବେ ଇଂରାଜୀ ନ ହୋଇ ଆଗକୁ ତେ ରିଓ ମାଓରୀ ହୋଇଯିବ ବୋଲି ପିଟିସନରେ କୁହାଯାଇଛି।

{"id":517058,"width":839,"height":559,"sizeSlug":"full","linkDestination":"none"}

ପିଟିସନରେ ୨୦୨୬ ସୁଦ୍ଧା ଏହି ନାମ ପରିବର୍ତ୍ତନ କାମ ଶେଷ କରିବା ଲାଗି ମାଓରୀ ପାର୍ଟି ସଂସଦକୁ ଦାବି କରିଛି। ଏହି ପିଟିସନ ଆରମ୍ଭ ହେବାର ୨ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଲୋକେ ସେମାନଙ୍କ ସମର୍ଥନ ଜଣାଇସାରିଲେଣି। ଦେଶର ୮୦ ପ୍ରତିଶତ ଲୋକେ ତେରିଓ ମାଓରୀ ଭାଷାରେ ଭାବର ଆଦାନପ୍ରଦାନ କରନ୍ତି। ନିଜ ମାତୃଭାଷାରେ ଖୋଲାଖୋଲି କଥା ହୋଇ ଲୋକେ ନିଜକୁ ଗୌରବାନ୍ୱିତ ମନେ କରନ୍ତି ବୋଲି ପାର୍ଟିର ନେତା ରାଭି ଭାଇତିତି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.