ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍ : ଅକ୍‌ଲାଣ୍ଡରେ ଖେଳାଯିବ ସିରିଜ୍‌ର ୧ମ ପ୍ରଥମ ମ୍ୟାଚ୍, ବିଶ୍ବକପ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ ...

Published By : Prameya-News7 Bureau | January 24, 2020 IST

ଅକ୍‌ଲାଣ୍ଡ ୨୪।୦୧: ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ଠାରୁ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେଉଛି । ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ସମୟନୁସାରେ ଅପରାହ୍ନ ୧୨.୨୦ରେ ଖେଳାଯିବ ମ୍ୟାଚ୍‌। ବର୍ଷ ଆରମ୍ଭରୁ ଏହା ଭାରତର ପ୍ରଥମ ବିଦେଶ ଗସ୍ତ ହୋଇଥିବା ବେଳେ ଦଳ ଏହାକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟେ ପୂର୍ବ ସିରିଜର ପରାଜୟକୁ ଭୁଲି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ଘରୋଇ ଟିମ୍‌ ।

ନ୍ୟୁଜିଲାଣ୍ଡ ପାଇଁ ଏହି ସିରିଜ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଗତ ୨ମାସ ମଧ୍ୟରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ସିରିଜ ଓ ଇଂଲଣ୍ଡ ଠାରୁ ଟି-ଟ୍ବେଣ୍ଟି ସିରିଜ୍‌ରେ ଦୁର୍ବଳ ପ୍ରଦର୍ଶନ କରିଥିଲା । ତେବେ ଦଳ ତାର ପୂର୍ବ ପ୍ରଦର୍ଶନକୁ ଭୁଲି ଭାରତ ବିପକ୍ଷ ସିରିଜରେ କିପରି ଭଳ ପ୍ରଦର୍ଶନ କରି ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖିଛି । ସେହିପରି ଭାରତ ମଧ୍ୟ ପୂର୍ବ ସିରିଜମାନଙ୍କରେ ଭଲ ପ୍ରଦର୍ଶନ କରିଆସିଛି । ତେଣୁ ବିଜୟଧାରାକୁ  ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ତେବେ ୨୦୧୯ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରି ୧-୨ରେ ଟ୍ବି-ଟେଣ୍ଟି ସିରିଜରେ ପରାଜୟ ହୋଇଥିଲା । ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.