Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପାର୍ଲ୍ୟାମେଣ୍ଟରେ ଡିବେଟ୍ ଚାଲୁଥିବା ବେଳେ କୋଳରେ ଶିଶୁକୁ ଖୀର ପିଆଉଥିଲେ ସ୍ପିକର, ଫଟୋ ଭାଇରାଲ

22/08/2019 at 10:13 PM

ନ୍ୟୁଜିଲ୍ୟାଣ୍ଡ ସଂସଦର ବାଚସ୍ପତି ଟ୍ରେବର ମଲାର୍ଡ ଏବେ ଖୁବ୍ ଚର୍ଚ୍ଚାରେ। ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ନେଇ ସଂସଦରେ ଡିବେଟ ଚାଲିଥିବା ବେଳେ ସେ କୋଳରେ ଏକ ଶିଶୁକୁ ଧରି ଖୀର ପିଆଉଥିବାର ଫଟୋ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଶିଶୁଟି ସାସଂଦ ଟମାତୀ କାଫେଙ୍କର। ସେ ସଂସଦକୁ ସାଙ୍ଗେରେ ତାଙ୍କର ନବଜାତ ଶିଶୁପୁତ୍ରକୁ ଧରି ଆସିଥିଲେ। ତେବେ  ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଶିଶୁଟି ଏଥିରେ ବାଧା ସୃଷ୍ଟି କରିବାରୁ ବାଚସ୍ପତି  ତାକୁ କୋଳକୁ ନେଇ ଗୃହ କାର୍ଯ୍ୟ କରିଥିଲେ।

ତେବେ ଜାଣିଲେ ଆଶ୍ଟର୍ଯ୍ୟ ହେବେ ଏହି ଫଟୋଟିକୁ  ଆଉ କେହି ନୁହେଁ ନିଜେ ବାଚସ୍ପତି ମଲାର୍ଡ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି, ଆଉ ଉଲ୍ଲେଖ କରିଛନ୍ତି ସ୍ପିକରଙ୍କ ଏହି ଆଶନରେ ସାଧାରଣତଃ ଜଣେ ଅଧିକାରୀକ ବ୍ୟକ୍ତି ଅଳଙ୍କୃତ କରିଥାନ୍ତି। ହେଲେ ଆଜି ମୋ ସହ ଏଠାରେ ଜଣେ ଭିଆଇପି ବସିଛନ୍ତି। ଏଥିଲାଗି ମୁଁ ଟମାତୀ କାଫେ ଓ ଟିମଙ୍କ ଘରର ଏହି ନୂଆ ସଦସ୍ୟଙ୍କୁ ବଧାଇ ଜଣାଉଛି।

ଏହି ଫଟୋଟି ଗତ ଅଗଷ୍ଟ ୨୧ ତାରିଖର। ପେଟରନିଟି ଲିଭରେ ଥିବା ସାଂସଦ ଟମାତୀ ପ୍ରଥମ ଥର ସଂସଦକୁ ଆସିଥିଲେ। ହେଲେ ସାଙ୍ଗରେ ଆଣିଥିବା ଶିଶୁପୁତ୍ରଟି ତାଙ୍କୁ ଗୃହରେ ବାରମ୍ବାର ଅସୁବିଧାରେ ପକାଉଥିଲା।  ହେଲେ ବାଚସ୍ପତିଙ୍କ ଏହି ଫଟୋଟିକୁ ସୋସାଲ ମିଡିଆରେ ଖୁବ୍ ରେସପନ୍ସ ମିଳିବାରେ ଲାଗିଛି। ଏଯାଏଁ ଅନେକ ଲୋକ କମେଟ ଦେବାରେ ଲାଗିଛନ୍ତି। ଯେଉଁଥିରେ ପିତା ହୋଇ ମଧ୍ୟ ମହିଳାଙ୍କ ଭଳି ସମାନ ଭାବେ ଶିଶୁଙ୍କ ଲାଳନପାଳନ ଲାଗି ଅନେକ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି।

   Related Posts