ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ : ଭାରତକୁ ୨୭୪ରନ୍ର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ ଟିମ୍
8/02/2020 at 10:46 AM

ଅକଲାଣ୍ଡ ୦୮।୦୨: ଭାରତକୁ ୨୭୫ରନ୍ର ଟାର୍ଗେଟ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍ଲାଣ୍ଡ ସେଡେନ୍ ପାର୍କରେ ୨ୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଦ୍ବିତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ସୀମିତ ୫୦ଓଭରରେ ନ୍ୟୁଜିଲାଣ୍ଡ ୮ ଓ୍ବିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି । ଭାରତ ସମ୍ମୁଖରେ ୨୭୪ରନ୍ର ଟାର୍ଗେଟ ରଖିଛି ଘରୋଇ ଦଳ । ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ ଗୁପ୍ଟିଲ ସର୍ବାଧିକ ୭୯ବଲ୍ରେ ୭୯ ରନ୍ କରିଛନ୍ତି । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ବିଜୟୀ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି ।

ଟସ୍ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ଓ ନିକୋଲାସ । ଦଳକୁ ଭଳ ଆରମ୍ଭ ଦେଇଥିଲେ । ୧୬ଓଭରରେ ଦଳୀୟ ସ୍କୋର ୯୩ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ନିକୋଲାସ୍ ରୂପେରେ ଲାଗିଥିଲା । ପରେ କିଛି କିଛି ରନ୍ ବ୍ୟବଧାନରେ ନ୍ୟୁଜିଲାଣ୍ଡର ଓ୍ବିକେଟ୍ ପତନ ହୋଇଥିଲା । ମାର୍ଟିନ ଗୁପ୍ଟିଲ ବ୍ୟକ୍ତିଗତ ୭୯ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ଏକ ସୁନ୍ଦର ବଲ୍ ଥ୍ରୋରେ ରନ୍ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ନିୟମତି ଭାବରେ ଓ୍ବିକେଟର ପତନ ହୋଇଥିଲା । ଦଳ ପକ୍ଷରୁ ଭଳ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିବର୍ତ୍ତିନ କରିପାରିନଥିଲେ ନ୍ୟୁଜିଲାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ ଦଳରେ ଖେଳୁଥିବା ଅନୁଭବି ବ୍ୟାଟସମ୍ୟାନ ରସ୍ ଟେଲରଙ୍କ ରକ୍ଷ୍ମାଣତ୍ମକ ୭୪ବଲ୍ରେ ୭୩ରନ ଯୋଗୁଁ ଦଳ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା । ଘରୋଇ ଟିମ୍ ପକ୍ଷରୁ ମାର୍ଟ୍ଟିନ ଗୁପ୍ଟିଲ ସର୍ବାଧିକ ୭୯, ନିକୋଲାସ୍ ୪୧,ବ୍ଲୁଣ୍ଡେଲ ୨୨ କରି ପାଭିଲିୟନ ଫେରିଯାଇଥିଲେ । ରସ୍ ଟେଲର୍ ୭୩ ଓ ଜାମିଶନ ୨୩ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୨ୟ ମ୍ୟାଚ୍ରେ ପକ୍ଷରୁ ଆଜି ଜୋରଦାର ବୋଲିଂ ଓ ଫିଲ୍ଡିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତୀୟ ବୋଲରମାନଙ୍କ ମଧ୍ୟରେ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେବା ସହ ଶର୍ଦ୍ଦୁଲ ଠାକୁର ୨ ଓ ରବିନ୍ଦ୍ର ଜାଡେଜ ୧ଟି ଓ୍ବିକେଟ୍ ହାସଲ କରିଛନ୍ତି ।