କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ : ରାଧା କୃଷ୍ଣ ମନ୍ଦିର ଯାଇ ଆଳତି କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ

Published By : Prameya-News7 Bureau | August 10, 2020 IST

ୱଲିଂଟନ ୧୦/୦୮ : ସାରା ଦୁନିଆରେ କରୋନା ମାମଲା ବଢି ବଢି ଚାଲିଥିବାବେଳେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି | ଗତ ୧୦୦ ଦିନ ହେଲା ନ୍ୟୁଜିଲ୍ୟାଣ୍ଡରୁ ଗୋଟିଏ ମଧ୍ୟ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ | ଏହି ଅବସରରେ ରବିବାର ଦିନ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଅକଲ୍ୟାଣ୍ଡ ରାଧା କୃଷ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ | ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ବ୍ୟଞ୍ଜନ ପୁରୀ, ଛୋଲେ ଓ ଡାଲି ଖାଇଥିଲେ | ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେ ଜୋତା ଖୋଲି ନିୟମ ଅନୁଯାୟୀ ଆଳତି କରିଥିଲେ |

{"id":312363,"width":586,"height":392,"sizeSlug":"large"}

ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କ ମନ୍ଦିର ଦର୍ଶନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହାର ଭିଡିଓ ରାଧା କୃଷ୍ଣ ମନ୍ଦିର ଅଫିସିଆଲ ଫେସବୁକ ପେଜ ସେୟାର କରିଛି | ନ୍ୟୁଜିଲ୍ୟାଣ୍ଡକୁ କରୋନା ମୁକ୍ତ ହେବାରେ ୧୦୦ ଦିନ ହୋଇସାରିଛି | ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ ଜନଜୀବନ ପୂର୍ବ ଭଳି ଚାଲିଛି | ସାମାନ୍ୟ ସାବଧାନତା ସହ କଡା ପ୍ରତିବନ୍ଧ ଲାଗୁ ହୋଇନାହିଁ | ଏଠାରେ ଲୋକେ ଅନୁଶାସନ ପାଳନ କରିଥିବା ଦେଖିବାକୁ ମିଳିଛି |

{"id":312368,"sizeSlug":"large"}

ମାର୍ଚ୍ଚ ଶେଷ ଆଡକୁ ନ୍ୟୁଜିଲ୍ୟାଣ୍ଡରେ କଡାକଡି ଭାବେ ଲକଡାଉନ ଲାଗୁ କରାଯାଇଥିଲା | କେବଳ ୧୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ନ୍ୟୁଜିଲ୍ୟାଣ୍ଡରେ ଏହି ପଦକ୍ଷେପ ନିଆଯାଇଥିଲା ଏବଂ ଲକଡାଉନ ପାଳନ କରାଯାଇଥିଲା | ଦେଶରେ ଫ୍ରି କରୋନା ଟେଷ୍ଟ ଓ ଚିକିତ୍ସା ମଧ୍ୟ କରାଯାଇଥିଲା | ପାଖାପାଖି ୧୦୦ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଦେଶକୁ କରୋନା ମୁକ୍ତ ହେବାକୁ ଘୋଷଣା କରିଥିଲେ | କରୋନା ମୁକ୍ତ ହେବାପରେ ସେ ରାଧା କୃଷ୍ଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ |

wp:core-embed/twitter {"url":"https://twitter.com/MukteshPardeshi/status/1291991068905369600","type":"rich","providerNameSlug":"twitter","className":""}
https://twitter.com/MukteshPardeshi/status/1291991068905369600
/wp:core-embed/twitter

ଆଗାମୀ ସେପ୍ଟେମ୍ବର ମାସରେ ନ୍ୟୁଜିଲ୍ୟାଣ୍ଡରେ ନିର୍ବାଚନ ହେବାକୁ ଅଛି | ନିର୍ବାଚନ ପୂର୍ବରୁ ଜେସିଣ୍ଡା ଅର୍ଡର୍ନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି | ୪୦ ବର୍ଷୀୟା ଜେସିଣ୍ଡା ଅର୍ଡର୍ନ ପୁରା ସମ୍ମାନ ଓ ରୀତିନୀତି ଅନୁସାରେ ଆଳତି କରିଥିଲେ |

wp:core-embed/twitter {"url":"https://twitter.com/AdityaRajKaul/status/1292086960119410688","type":"rich","providerNameSlug":"twitter","className":""}
https://twitter.com/AdityaRajKaul/status/1292086960119410688
/wp:core-embed/twitter

ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ କମିଶନର ମୁକ୍ତେଶ ପରଦେଶୀ ଟ୍ୱିଟ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କ ସହିତ ଇଣ୍ଡିଆନ ନ୍ୟୁଜ ଲିଙ୍କ କାର୍ଯ୍ୟକ୍ରମ ସମୟରେ ଅଗଷ୍ଟ ୬ ତାରିଖରେ କିଛି ବହୁମୂଲ୍ୟ ସମୟ | ଜେସିଣ୍ଡା ଅର୍ଡର୍ନ ରାଧା କୃଷ୍ଣ ମନ୍ଦିର ଦର୍ଶନ କରିଛନ୍ତି ଏବଂ ଭାରତୀୟ ବ୍ୟଞ୍ଜନ ପୁରୀ, ଛୋଲେ, ଡାଲି ଖାଇଛନ୍ତି |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.