Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଭୂମିକମ୍ପ ସତ୍ତ୍ୱେ TV ଇଣ୍ଟରଭ୍ୟୁ ଡେସ୍କରୁ ଉଠିଲେନି କି ଡରିଲେନି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଦର୍ଶକ ହୋଇଗଲେ ଫିଦା

25/05/2020 at 3:44 PM

ୱିଲିଂଟନ: ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କ ଲାଇଭ୍ ଟିଭି ଇଣ୍ଟରେଭ୍ୟୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ପାଲଟିଛି। ପ୍ରଧାନମନ୍ତ୍ରୀ ଚାନେଲ ‘ଥ୍ରୀ’କୁ ବିହାଇଭ ସରକାରୀ ବିଲ୍ଡିଂରୁ ସିଧାପ୍ରସାରଣରେ ସାକ୍ଷାତକାର ଦେଉଥିବା ବେଳେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଏଥିରେ ଭୟଭୀତ ନ ହୋଇ କାର୍ଯ୍ୟକ୍ରମ ଜାରି ରଖିବା ଲାଗି ନ୍ୟୁଜ୍ ହବ ଆଙ୍କର ରିୟାନ ବ୍ରିଜ୍‌ଙ୍କୁ  କହିବା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ଏବେ କାର୍ଯ୍ୟକ୍ରମର ଅନେକ ଦର୍ଶକ ପ୍ରଧାନମନ୍ତ୍ରୀଙ୍କ ଫ୍ୟାନ ପାଲଟିଯାଇଛନ୍ତି।

ରାଜଧାନୀ ୱିଲିଂଟନରୁ ୫୦ କିଲୋମିଟର ଦୂର ନର୍ଥ ଆଇଲ୍ୟାଣ୍ଡରେ ସୋମବାର ପୂର୍ବାହ୍ନରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ପ୍ରଭାବ ଟେଲିଭିଜନ ସିଧା ପ୍ରସାରଣରେ ମଧ୍ୟ ଦେଖା ଯାଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୯ ଥିବା ବେଳେ ରାଜଧାନୀ ଲୱିଲିଂଟନ ପର୍ଯ୍ୟନ୍ତ ପ୍ରଭାବ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁ ହଷ୍ଟ ରିୟାନ ବ୍ରିଜ୍‌ ସିଧାପ୍ରସାରଣକୁ ଏଇଠି ରଖିବା କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ। ତେବେ ଭୂମିକମ୍ପର ତୀବ୍ର ଝଟକା ସତ୍ତ୍ୱେ କୋଭିଡ-୧୯ ସମ୍ପର୍କିତ କାର୍ଯ୍ୟକ୍ରମକୁ ଜାରି ରଖିବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ହଷ୍ଟଙ୍କୁ ସ୍ୱଭାବିକ କରିବା ଲାଗି ଓଲଟି ୱିଲିଂଟନରେ ସଂସଦ କିପରି ଅଛି ବୋଲି ରେୟନ ବ୍ରିଜଙ୍କୁ ପଚାରିଥିଲେ।

 ନ୍ୟୁଜିଲ୍ୟାଣ୍ଡ ଭୂ କମ୍ପ ସକ୍ରିୟ ରିଙ୍ଗ ଅଫ ଫାୟାର ଉପରେ ଅବସ୍ଥିତ। ୨୫ ହଜାର କିଲୋମିଟରର ଆଗ୍ନେୟଗିରି ମହାସାଗର ଖାଇରେ ବି ରହିଛି। ପ୍ରଶାନ୍ତ କ୍ଷେତ୍ରରେ ଏଥିଲାଗି ବାରମ୍ବାର ଭୂମିକମ୍ପ ଅନୁଭୂତ ମଧ୍ୟ ହେଉଛି। ୨୦୧୧ ମସିହାରେ ଏଇଭଳି ଏକ ପ୍ରଳୟଙ୍କର କମ୍ପନ  କ୍ରାଇଷ୍ଟ ଚର୍ଚ୍ଚରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ୧୮୫ ଲୋକଙ୍କ ମୃତ୍ୟୁର କାରଣ ବି ହୋଇଥିଲା। ତେବେ ଟେଲିଭିଜର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କ ଧୈର୍ଯ୍ୟ ତାଙ୍କ ଦର୍ଶଙ୍କୁ ବେଶ୍ ଉତ୍ସାହିତ କରିଛି। ଏହି ବୂମିକମ୍ପ ଯୋଗୁ କେଉଁଠାରେ ସେଭଳି କିଛି କ୍ଷୟକ୍ଷତିର ଅଭିଯୋଗ ହୋଇ ନାହିଁ।

   Related Posts