Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦାୟିତ୍ୱଗ୍ରହଣ କଲେ ଜାସିଣ୍ଡା ଅର୍ଡରନ୍, ଦ୍ୱିତୀୟବାର ହେଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

6/11/2020 at 5:08 PM

ୱିଲିଂଟନ ୬।୧୧: ଜାସିଣ୍ଡା ଆର୍ଡରନ ଶୁକ୍ରବାର ଦ୍ୱିତୀୟ ଥର ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଜାସିଣ୍ଡାଙ୍କ ବାମପନ୍ଥୀ ଲେବର ପାର୍ଟି ଅଭୂତପୂର୍ବ ବିଜୟ ହାସଲ କରିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର  ଦଳକୁ ଅଧିକ ଆଶନ ମଧ୍ୟ ମିଳିଛି। ରାଜଧାନୀ ୱିଲିଂଟନସ୍ଥିତ ସରକାରୀ ଭବନରେ ଅନୁଷ୍ଠିତ ସମାରୋହରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଇଂରାଜୀ ଓ ମାଓରୀ ଭାଷାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ଦେଶରେ କୋଭିଡ-୧୯ ମଧ୍ୟରେ ଅନୁଷ୍ଠିତ ନିର୍ବାଚନରେ  ୪୦ବର୍ଷ ବୟସ୍କା ଅର୍ଡରନ୍‌ଙ୍କ ଦଳକୁ  ବେଶ ସଫଳତା ମିଳିଛି।  ନିର୍ବାଚନର ଫଳାଫଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦେଶରେ ବାମପନ୍ଥୀ ଲେବର ପାର୍ଟିର ଏହା ଐତିହାସିକ ବିଜୟ ବୋଲି କୁହାଯାଉଛି। ୧୨୦ ସଦସୀୟ ସଂସଦରେ ଏର୍ଡରନ୍‌ଙ୍କ ଦଳକୁ ୬୫ଟି ଆସନ ମିଳିଛି। ମୋଟ ଭୋଟରୁ ଏର୍ଡରନଙ୍କ ଦଳକୁ ୫୦ ପ୍ରତିଶତ ମିଳିଛି। ଅପରପକ୍ଷେ ମୁଖ୍ୟ ବିରୋଧୀ ଦଳ ନ୍ୟାସନାଲ ପାର୍ଟିର ଆସନ ସଂସଦରେ ୩୫ରୁ ୩୩କୁ ହ୍ରାସ ହୋଇଛି।

ନିର୍ବାଚନରେ ବିଜୟ ପରେ ଅର୍ଡରନ୍‌ ସୁଧାର ଲାଗି ତାଙ୍କ ପାଖରେ ସ୍ପଷ୍ଟ ବହୁମତ ଥିବା କହିଛନ୍ତି। ନିର୍ବାଚନରେ ସେ କୋଭିଡ-୧୯କୁ ତାଙ୍କ ଦଳର ପ୍ରସଙ୍ଗ କରିଥିଲେ। ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାର ସଂସ୍କାର ଲାଗି ସେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସଂକଟ ପରିଚାଳନା ଲାଗି ଦେଶରେ ଲୋକପ୍ରିୟ ଜାସିଣ୍ଡା  ୨୦୧୭ ମାନିଆରେ ଦେଶର  କ୍ଷମତାର ମଙ୍ଗ  ଧରାଇଥିଲା। ପ୍ରଥମ ଥର ପ୍ରଧାନମନ୍ତ୍ରୀଭାବେ ଅନେକ ଆହ୍ୱାନର ସଫଳ ସମ୍ମୁଖୀନ ହୋଇଛନ୍ତି ଜାସିଣ୍ଡା। କ୍ରାଇଷ୍ଟ ଚର୍ଚ୍ଚ ମସଜିଦ୍ ଆକ୍ରମଣ ହେଉ ଅଥବା ହ୍ୱାଇଟ୍ ଦ୍ୱୀପ ଅଗ୍ନିଉଦଗିରଣ ବେଳେ ତ୍ୱରିତ ପଦକ୍ଷେପ ନେଇଥିଲେ ପ୍ରଧାନମନ୍ତ୍ରୀ। ସେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତଥାପି ସେ ତାଙ୍କ ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରିବେ ବୋଲି ତାଙ୍କ ଉପରେ ଦେଶବାସୀ ପୁନଃ ଆଶା ସ୍ଥାପନ କରିଛନ୍ତି।      

   Related Posts