ନ୍ୟୁଜିଲାଣ୍ଡରେ ମାସେ ଯାଏଁ ସ୍ଥଗିତ ହେଲା ନିର୍ବାଚନ, ପୁଣି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 17, 2020 IST

ଅକଲ୍ୟାଣ୍ଡ ୧୭/୦୮ : ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଦେଶରେ ପୁଣି କରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ନିର୍ବାଚନ ମାସେ ପାଇଁ ସ୍ଥଗିତ ରଖିଛନ୍ତି | ୧୦୦ ଦିନ ଯାଏଁ ନ୍ୟୁଜିଲାଣ୍ଡରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନଥିଲା | କିନ୍ତୁ ୧୦୨ ଦିନ ହେବ ପରେ ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଥିଲା | ୩ ଦିନ ପୂର୍ବରୁ ଅକଲ୍ୟାଣ୍ଡର ଏକ ଅଞ୍ଚଳରୁ ୪୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଏହାପରେ ଏହି ଅଞ୍ଚଳରେ ଶକ୍ତ ଲକଡାଉନ ଲାଗୁ କରାଯାଇଛି |

ଜେସିଣ୍ଡା ଅର୍ଡର୍ନ ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ୪ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି | ପ୍ରାପ୍ତ ସୂଚନା ଅନୁଯାୟୀ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ହେବ | ପ୍ରଧାନମନ୍ତ୍ରୀ କହିଛନ୍ତି ୨୫ ହଜାର ନିର୍ବାଚନ କର୍ମୀଙ୍କୁ ସୁରକ୍ଷିତ ରଖିବା ସବୁଠାରୁ ବଡ ଚ୍ୟାଲେଞ୍ଜ | ନିର୍ବାଚନକୁ ଆଉ ଆଗକୁ ବଢାଯିବନାହିଁ ବୋଲି ସେ କହିଛନ୍ତି | ନିର୍ବାଚନକୁ ଆହୁରି ସ୍ଥଗିତ ରଖିଲେ କୋଭିଡ ଭୟ ଟାଳିବନାହିଁ ବୋଲି ସେ କହିଛନ୍ତି | ସେଥିପାଇଁ ଦେଶରେ ସଂକ୍ରମଣ ଦ୍ୱିତୀୟ କିମ୍ବା ତୃତୀୟ ଲେଭଲ ଯାଏଁ ବି ଯଦି ପହଞ୍ଚେ ତାହେଲେ ପୁରା ପ୍ରସ୍ତୁତି ସହିତ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି |  

wp:core-embed/twitter {"url":"https://twitter.com/AP/status/1295138734845853697","type":"rich","providerNameSlug":"twitter","className":""}
https://twitter.com/AP/status/1295138734845853697
/wp:core-embed/twitter

ସୋମବାର ଦିନ ଜାରି କରାଯାଇଥିବା ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲାଣ୍ଡର ୬୦ ପ୍ରତିଶତ ଲୋକଙ୍କ ମତ ଅନୁସାରେ ସେପ୍ଟେମ୍ବର ୧୯ ତାରିଖରେ ନିର୍ବାଚନ ହେବନାହିଁ | ରବିବାର ଦିନ ୬୯ ସଂକ୍ରମଣ ମାମଲା ଆସିଥିଲା ଯେଉଁଥିରୁ ୪୯ ମାମଲା କେବଳ ଅକଲ୍ୟାଣ୍ଡରୁ ଆସିଥିଲା | 

ସେପଟେ ଇଟାଲୀରେ ୩ ସପ୍ତାହ ପାଇଁ ସମସ୍ତ ନାଇଟକ୍ଲବ, ଡିସ୍କୋ ଓ କ୍ଲବ ବନ୍ଦ ରଖିବାକୁ ଘୋଷଣା କରିଛି | ଏଠାରେ କିଛି ଅଞ୍ଚଳରେ ସକାଳ ୬ ରୁ ସନ୍ଧ୍ୟା ୬ଟା ଯାଏଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି | ସ୍ୱାସ୍ଥ୍ୟ ମନ୍ତ୍ରୀ ରବର୍ଟ ସ୍ପେରାଞ୍ଜା ରବିବାର ଦିନ କହିଛନ୍ତି ଜେ କରୋନା ଯୋଗୁଁ ହୋଇଥିବା ମୃତ୍ୟୁକୁ ନଜର ଅନ୍ଦାଜ କରାଯାଇ ପାରିବନାହିଁ | ଲୋକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେବା ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.