ଆଇପିଏଲ୍ ୨୦୨୧ ପରେ ମଧ୍ୟ ଭାରତରେ ରହିବେ ନ୍ୟୁଜିଲାଣ୍ଡ ଖେଳାଳି, କାରଣ କହିଲେ ସଂଘ ମୁଖ୍ୟ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮।୦୪: ଆଇପିଏଲ୍ ଖେଳୁଥିବା ନ୍ୟୁଜିଲାଣ୍ଡର କ୍ରିକେଟ୍‌ର ଜୁନରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ପାଇଁ ଭାରତୀୟ କ୍ରିକେଟ୍‌ରଙ୍କ ସହ ଇଂଲଣ୍ଡ ଗସ୍ତ କରି ପାରନ୍ତି। କିଓ୍ଵି ଖେଳାଳିଙ୍କ କଡା ପୃଥକବାସ ନିୟମ କାରଣରୁ ନ୍ୟୁଜିଲାଣ୍ଡ ଫେରିବା ସମ୍ଭବ ନୁହେଁ। କେନ ଓ୍ଵିଲିୟମସନ, ଟ୍ରେଣ୍ଟ ବୋଲ୍ଟ, କାଇଲ ଜେମିସନ ଓ ମିଚେଲ ସାଣ୍ଟନରଙ୍କ ସମେତ ୧୦ ନ୍ୟୁଜିଲାଣ୍ଡ ଖେଳାଳି ଆଇପିଏଲ୍ ଖେଳୁଛନ୍ତି। ନ୍ୟୁଜିଲାଣ୍ଡ ଜୁନ ୨ରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦୁଇ ଟେଷ୍ଟର ସିରିଜ୍‌ ପାଇଁ ଦଳ ଘୋଷଣା କରିଛି। ଜୁନ ୧୮ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଏଥିପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିବ।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଖେଳାଳିଙ୍କ ସଂଘ ମୁଖ୍ୟ କାର୍ଯ୍ୟକାରୀ ହିଥ୍ ମିଲ୍ସ କହିଛନ୍ତି, ସେମାନେ ଘରକୁ ଫେରିପାରିବେ ନାହିଁ କାରଣ ଖେଳାଳିଙ୍କୁ ଦୁଇ ସପ୍ତାହ ପୃଥକବାସରେ ରହିବାକୁ ପଡିବ। ଆଶା କରାଯାଉଛି ଖେଳାଳି ଆଇପିଏଲ ଶେଷ ପର୍ଯ୍ୟନ୍ତ ଭାରତରେ ରହି ପାରନ୍ତି। ଅନ୍ୟପଟେ ଉଡାଣ ସେବା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ନାହିଁ। ତେଣୁ ଖେଳାଳି ନ୍ୟୁଜିଲାଣ୍ଡ ଫେରିବା ସମ୍ଭବ ନୁହେଁ। ଆମେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ସହ ଯୋଗାଯୋଗ କରୁଛୁ ଯିଏ ବିସିସିଆଇ ଓ ଆଇସିସି ସଂପର୍କରେ ଅଛନ୍ତି। ଆଇପିଏଲ ଖେଳୁଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ଭାରତରୁ ଉଡାଣ ରଦ୍ଦ ହେବା କାରଣରୁ ଚିନ୍ତିତ। କିନ୍ତୁ ସେମାନେ ଘରକୁ ଫେରିଯିବାକୁ କୌଣସି ସଙ୍କେତ ଦେଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.