ପ୍ରସବ ଯନ୍ତ୍ରଣାରେ ସାଇକେଲ ଚଲାଇ ଡାକ୍ତରଖାନା ଗଲେ ନ୍ୟୁଜିଲାଣ୍ଡର ମହିଳା ସାଂସଦ

Published By : Prameya-News7 Bureau | November 28, 2021 IST

ନୂଆଦିଲ୍ଳୀ ୨୮।୧୧ : କଥାରେ ଅଛି ସ୍ତ୍ରୀ ସବୁ କିଛି କରି ପାରେ । ଏଥିପାଇଁ ବଲିଉଡ୍‌ର ସ୍ତ୍ରୀ ଫିଲ୍ମର ଡାଇଲଗ୍‌ ବି ବହୁତ ଥର ସତ ପ୍ରମାଣିତ ହୋଇଛି । ମହିଳା ହେଉ କିମ୍ବା ସ୍ତ୍ରୀ କିଛି କିଛି ପରିସ୍ଥିତିରେ ଏଭଳି କାର୍ଯ୍ୟ କରି ଦେଖନ୍ତି ଯାହା ଖୁବ୍‌ ଆଶ୍ଚର୍ଯ୍ୟ କର ହୋଇଥାଏ । ଏହା ତାଙ୍କୁ ପ୍ରଂଶସା କରିବା ବ୍ୟତୀତ ଆଉ କିଛି କି ହୁଏ ନାହିଁ । ସେମାନେ ବଡ ବଡ ମହାନ ପୁରୁଷଙ୍କୁ ବି ପଛରେ ପକାଇ ଦେଇଥାନ୍ତି ।

ଏଭଳି ଏକ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି । ଯାହା ଆପଣ ଶୁଣିଲେ ଚକିତ ହୋଇଯିବେ । ପ୍ରବସ ଯନ୍ତ୍ରଣା ବେଳେ ବି ସାହସ ଦେଖାଇଛନ୍ତି ମହିଳା ସାଂସଦ। ନିଜେ ସାଇକେଲ ଚଢ଼ି ଗଲେ ଡାକ୍ତରଖାନା । ନେଲେ ନାହିଁ କାହାର ବି ସହାୟତା। ବିଳମ୍ବିତ ରାତିରେ ସାଇକେଲ ଚଲାଇ ପହଞ୍ଚିଗଲେ ଡାକ୍ତରଖାନା।  ଯେଉଁ ଭଳି ସେ ସାହାସିକତାର ସହ ଶିଶୁକୁ ଜନ୍ମ ଦେଇଛନ୍ତି ତାହା ଶୁଣି ବିଶ୍ବାସ ହେଉ ନାହିଁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡରେ । ସେଠାକାର ଜଣେ ମହିଳା ସାଂସଦ ଜୁଲି ଏନ୍‌ ଜେଣ୍ଟର ପ୍ରୱ ଯନ୍ତ୍ରଣାରେ ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚିବା ପରେ ଭୋର ପ୍ରାୟ ୩ଟାରେ ସେ ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଏ ନେଇ ସେ ନିଜେ ଫେସ୍‌ବୁକ୍‌ ମାଧ୍ୟମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

wp:html /wp:html

ତେବେ ପ୍ରସବ ଯନ୍ତ୍ରଣା ବେଳେ ଏଭଳି ସାଇକେଲ ଚଳାଇବା ତାଙ୍କ ପାଇଁ ସହଜ ନଥିଲା। ଏହା ଅତ୍ୟନ୍ତ କଷ୍ଟଦାୟକ ଥିଲା। ତାଙ୍କୁ ୨ରୁ ୩ ମିନିଟ୍‌ର ରାସ୍ତା ପାର୍‌ ହେବା ପାଇଁ ତାଙ୍କୁ ୧୦ ମିନିଟ୍‌ ସମୟ ଲାଗିଥିଲା ବୋଲି କହିଛନ୍ତି । ତେବେ ଡେଲିଭରୀ ପରେ ସେ ଏବଂ ତାଙ୍କ ଶିଶୁ ସୁସ୍ଥ ଥିବା ନେଇ ମଧ୍ୟ କହିଛନ୍ତି। ସାଂସଦ ଜୁଲିଙ୍କ ସାଇକେଲ ଚଳାଇବାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ଚାରୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି। ସମସ୍ତେ ତାଙ୍କ ସାହସିକତାକୁ ମଧ୍ୟ ସଲମା କରୁଛନ୍ତି। ଏଥିସହ ନବଜାତର ଜନ୍ମ ପାଇଁ ଶୁଭକାମନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.