ଭୂମିକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ୭.୧, ସୁନାମୀ ସତର୍କତା ଜାରି

Published By : Prameya-News7 Bureau | March 04, 2021 IST

ୱିଲିଂଟନ ୪।୩:  ନ୍ୟୁଜିଲ୍ୟାଣ୍ଡରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଲୋକେ ଘରୁ ପଦାକୁ ଦୌଡି ପଳାଇ ଆସିଥିଲେ। ଏବେ ସୁନାମୀ ନେଇ ସତର୍କତା ଜାରି ହୋଇଛି।  କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ମପା ଯାଇଛି।  ଏବେ ସୁନାମୀ ସତର୍କତା ଜାରି ହୋଇଥିବା ବେଳେ ଉତ୍ପତି ସ୍ଥଳର ୩୦୦ କିଲୋମିଟର ଅଞ୍ଚଳରେ ସୁନାମୀ ହୋଇପାରେ ବୋଲି  ସୁନାମୀ ଚେତାବନୀ କେନ୍ଦ୍ର (ପିଟିଡବ୍ଲୁସି)କହିଛନ୍ତି। 

ସ୍ଥାନୀୟ ସମୟ ଶୁକ୍ରବାର ପୂର୍ବାହ୍ନରେ ନ୍ୟୁଜିଲ୍ୟାଣ୍ଡ ନର୍ଥ ଆଇଲ୍ୟାଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା।  ପିଟିଡବ୍ଲୁସି  ଏ ନେଇ ସୂଚନା ଦେଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ତୀବ୍ରତାର ବୋଲି ସୂଚିତ କରିଛନ୍ତି। ପିଟିଡବ୍ଲୁସିଙ୍କ ସୂଚନା ଅନୁସାରେ କମ୍ପନ ଉତ୍ପତି ସ୍ଥଳର ୩୦୦ କିଲୋମିଟର ଅଞ୍ଚଳରେ ସୁନାମୀ ଲହର ଉଠିପାରେ । ତେବେ ଏଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଜଣାପଡିଛି। ଭୂମିକମ୍ପ ସକାଳେ ହୋଇଥିବାରୁ କ୍ଷୟକ୍ଷତି ନେଇ ବିସ୍ତୃତ ସୂଚନା ହସ୍ତଗତ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.