Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲକ୍ ଡାଉନ୍ ଉଲଂଘନ କରି ପରିବାର ସହ ବିଚ୍‌ରେ ବୁଲିଲେ ନ୍ୟୁଜିଲ୍ୟାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ, ହେଲା ଏଭଳି କାର୍ଯ୍ୟାନୁଷ୍ଠାନ

7/04/2020 at 12:14 PM

ଓ୍ବିଲିଂଟନ୍ ୭।୪: କରୋନା ଭାଇରସ୍ ମହାମାରୀର ପ୍ରଭାବ ସାରା ବିଶ୍ବରେ ଦେଖିବାକୁ ମିଳିଛି । ପ୍ରାୟ ସବୁ ଦେଶର ଲକ୍ ଡାଉନ୍ ଜାରି କରାଯାଇଛି । ଏହି ଲକ୍ ଡାଉନ୍ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବହୀନତା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପରିବାର ସହ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲେ । ଏହାପରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ପଦରୁ ବଦଳି କରିଛନ୍ତି ।

ନ୍ୟୁଜିଲ୍ୟାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଡେଭିଡ କ୍ଲାର୍କ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ସେ ଦଳ ସହ ରହିପାରିଲେ ନାହିଁ । ଲକ୍ ଡାଉନ୍ ସମୟରେ ସେ ନିଜ ପରିବାରକୁ ସମୁଦ୍ର କୂଳରେ ବୁଲାଇବାକୁ ନେଇଥିଲେ । କ୍ଲାର୍କ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସେ ତାଙ୍କ ଘରଠାରୁ ୨୦ କିଲୋମିଟର କାର୍ ଚଲାଇ ସମୁଦ୍ର କୂଳକୁ ଯାଇଥିଲେ । ସେଠାରେ ପରିବାର ସହ ବୁଲାବୁଲି କରିଥିଲେ ।

ସେ ଏ ବିଷୟରେ ପ୍ରଧାନମନ୍ତ୍ରୀ ଜୈକିଣ୍ଡାଙ୍କୁ ଅବଗତ କରାଇଥିଲେ ଏବଂ ତାଙ୍କ ଇସ୍ତଫା ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଅନ୍ୟ କୌଣସି ପରିସ୍ଥିତି ଥାଆନ୍ତା, ମୁଁ ତାଙ୍କୁ ଏହି ପଦରୁ ହଟାଇ ଦେଇଥା’ନ୍ତି, କିନ୍ତୁ ବର୍ତ୍ତମାନ ସମୟ କରୋନା ଭାଇରସ୍ ବିରୋଧରେ ଲଢିବାର ସମୟ । ଏଭଳି ପରିସ୍ଥିତିରେ ସେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଉ ନାହାଁନ୍ତି । ତେବେ ସେ ଡେଭିଡ କ୍ଲାର୍କକୁ ଆସୋସିଏଟ୍ ଅର୍ଥମନ୍ତ୍ରୀ ପଦକୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡରେ ଲକ୍ ଡାଉନ୍ ଲାଗୁ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ୧ ହଜାରରୁ ଅଧିକ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ଲକ୍ ଡାଉନ୍ କୁ କଡାକଡି କରାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ଏଭଳି ଖୁଲାସା ପରେ ନ୍ୟୁଜିଲ୍ୟାଣ୍ଡରେ ତାଙ୍କୁ କଡା ସମାଲୋଚନା କରାଯାଉଛି । କରୋନା ସଙ୍କଟ ଶେଷ ହେବା ପରେ ତାଙ୍କୁ ପଦରୁ ହଟାଯିବ ବୋଲି ଆଶଙ୍କା କରାଯାଉଛି ।

   Related Posts