ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦବୀରୁ ହଟାଇଲେ ପ୍ରଧାନମନ୍ତ୍ରୀ : ଲକଡାଉନବେଳେ ନିୟମ ଉଲ୍ଲଙ୍ଘନ କରିଥିବାରୁ ନେଲେ କଠୋର ପଦକ୍ଷେପ

Published By : Prameya-News7 Bureau | April 08, 2020 IST

କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ବରେ ଲକଡାଉନ୍ ଲାଗୁ ହୋଇଛି। ଭିନ୍ନ ଭିନ୍ନ ଦେଶରେ ଏହାର ପାଳନ କରୁନଥିବା ଲୋକଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା କରାଯାଇଛି କିନ୍ତୁ ଲକଡାଉନ୍ ଅମାନ୍ୟ କରିଥିବା ଯୋଗୁଁ ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ଶାସନଭାର ହରାଇବାକୁ ପଡ଼ିଛି।

{"id":250730,"sizeSlug":"large"}

ନିଜ ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନ୍ୟୁଜିଲାଣ୍ଡ ବଡ଼ ପଦକ୍ଷେପ ନେଇଛି ଏବଂ ଏହାକୁ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଟକଣା କଡ଼ା ଦଣ୍ଡ ବ୍ୟବସ୍ଥା କରିଛନ୍ତି। ଏହାର ପରିଣାମ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ଡେଭିଡ କ୍ଲାର୍କଙ୍କୁ ଭୋଗିବାକୁ ପଡ଼ିଛି।

{"id":250731,"sizeSlug":"large"}

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ପଦରୁ ହଟାଇ ଜୁନିୟର ରାଙ୍କର ମନ୍ତ୍ରୀ କରି ଦେଇଛନ୍ତି। ଏହା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ଡେଭିଡ କ୍ଲାର୍କ ନିଜ ଭୁଲକୁ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ ସେ ଦେଶରେ ଲକଡାଉନ୍ ପାଇଁ ଘୋଷିତ ହୋଇଥିବା ନିୟମଗୁଡ଼ିକର ଉଲ୍ଲଙ୍ଘନ କରିଥିଲେ।

{"id":250732,"sizeSlug":"large"}

ସେ ନିଜ ଭୁଲ୍ ସ୍ବୀକାର କରି କହିଛନ୍ତି ଯେ ତାଙ୍କୁ ଏପରି ସମୟରେ ନିଜ ପରିବାର ସହ ଘର ଭିତରେ ରହିବା ଉଚିତ୍ ଥିଲା ଯାହା ଦ୍ବାରା ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରାଯାଇପାରିଥାଆନ୍ତା। ସେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକଳାପରେ ସେ ଦେଶକୁ ଲଜ୍ଜିତ କରିଛନ୍ତି।

{"id":250733,"sizeSlug":"large"}

ପଦରୁ ହଟାଯିବା ପରେ ମନ୍ତ୍ରୀ କ୍ଳାର୍କ ନିଜ ପାଇଁ ଇଡିୟଟ୍ ଭଳି ଶବ୍ଦର ବ୍ୟବହାର କରିଛନ୍ତି । ଏପରି ସମୟରେ ଯେତେବେଳେ ନ୍ୟୁଜିଲାଣ୍ଡରେ ଲକଡାଉନ୍ ଲାଗୁ ହୋଇଛି ସେତେବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିଜ ପରିବାର ସହ ସମୁଦ୍ର କୂଳରେ ଡ୍ରାଇଭ୍‌ର ମଜା ନେଉଥିଲେ।

{"id":250734,"sizeSlug":"large"}

ଏହି ଘଟଣା ସାମନାକୁ ଆସିବା ପରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ୍ ରାଗି ଯାଇଥିଲେ ଏବଂ ତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ।

{"id":250735,"sizeSlug":"large"}

ଆର୍ଡନ୍ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ କହିଥିଲେ ଯେ ଭାଗ୍ୟ ଭଲ ଯେ ତାଙ୍କୁ ବରଖାସ୍ତ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.