Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-ଟ୍ବେଣ୍ଟି : ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି

ଅକ୍‌ଲାଣ୍ଡ ୨୬।୦୧: ରବିବାର ଦିନ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡର ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ପରାସ୍ତ ପରେ ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ କିଓ୍ବି ଟିମ୍‌। ସେହିପରି ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ପରେ ୨ୟ ମ୍ୟାଚ୍‌ରେ ମଧ୍ୟ ବିଜୟ ଧାରାକୁ ଜାରି ରଖିବା ଲକ୍ଷ୍ୟ ପଡିଆକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ ।  

ପ୍ରଥମ ମ୍ୟାଚ୍‌ରେ କିଓ୍ବି ଟିମ୍‌ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ସମ୍ମୁଖରେ ୨୦୪ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ର ବ୍ୟାଟସମ୍ୟାନ ମାନେ ଉନ୍ନତମାନର ପ୍ରଦର୍ଶନ କରିଥିଲେ । କିନ୍ତୁ ଭାରତ ଏହି ବିଶାଳ ସ୍କୋରକୁ ୧୯ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ କେ.ଏଲ୍ ରାହୁଲ , ବିରାଟ କୋହଲି, ଶ୍ରେୟସ୍‌ ଆୟର ବିସ୍ଫୋରକ ଇନିଂସ ଖେଳି ଭାରତ ପାଇଁ ବିଜୟ ହାସଲ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ଟିମ୍‌ରେ ଉଚ୍ଚକୋଟିର ବ୍ୟାଟସମ୍ୟାନମାନେ ରହିଛନ୍ତି । ତେବେ ଦେଖେଗଲେ ଉଭୟ ଦଳର ବୋଲିଂ ବିଭାଗ ଦୁର୍ବଳ ଥିବା ଭଳି ନଜର ଆସୁଛି । ଉଭୟ ଦଳରେ ଅନେକ ଖ୍ୟାତି ସମ୍ପନ୍ନ ବୋଲର ଥିବା ବେଳେ କିନ୍ତୁ ପ୍ରଥମ ମ୍ୟାଚ୍‌ରେ ସେଭଳି ପ୍ରଦର୍ଶନ ଦେଖାଇପାରିନଥିଲେ । ତେବେ ଦେଖିବାକୁ ରହିଲା ୨ୟ ମ୍ୟାଚ୍‌ରେ ବ୍ୟାଟିଂ ଭଳ ହେବ ନା ବୋଲିଂ ଭଳ ହେବ ।

   Related Posts