Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପୂର୍ବରୁ ଭାରତକୁ ଜୋରଦାର ଝଟକା ଦେଲା ନ୍ୟୁଜିଲାଣ୍ଡ

13/06/2021 at 5:55 PM

ଲର୍ଡ୍ସ ୧୩।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ସଫଳତା। ଦ୍ଵିତୀୟ ଟେଷ୍ଟରେ କିଓ୍ଵି ଦଳ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହ ଘରୋଇ ଦଳ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୧-୦ରେ ଜିତି ନେଇଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି। ଫାଇନାଲ୍ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ପାଇଁ ଏହା ବହୁତ ବଡ ଉପଲବ୍ଧି। ଭାରତ ଓ କିଓ୍ଵି ଦଳ ମଧ୍ୟରେ ଜୁନ ୧୮ରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବ।

ନ୍ୟୁଜିଲାଣ୍ଡ ସମ୍ମୁଖରେ ଦ୍ଵିତୀୟ ଇନିଂସରେ ୩୮ ରନର  ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ। ଜବାବରେ ନ୍ୟୁଜିଲାଣ୍ଡ ୧୦.୫ ଓଭରରେ ୨ ଓ୍ଵିକେଟ୍ ହରାଇ ୪୧ ରନ କରି ବିଜୟ ହାସଲ କରି ନେଇଥିଲା। ଅଧିନାୟକ ଟମ୍ ଲାଥମ ବିଜୟସୂଚକ ଚୌକା ମାରିଥିଲେ। ଦୁଇ ଦଳ ମଧ୍ୟରେ ଲର୍ଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା। ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ଇଂଲଣ୍ଡକୁ ୧୨୨ ରନରେ ଅଲଆଉଟ୍ କରିଥିଲା। ଏହି ବିଜୟ ପରେ ନ୍ୟୂଜିଲାଣ୍ଡର ପଏଣ୍ଟ ସଂଖ୍ୟା ୧୨୩କୁ ବୃଦ୍ଧି ଘଟିଛି ଏବଂ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି। ଭାରତ ୧୨୧ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି।

ବର୍ମିଂଘମରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୦୩ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩୮୮ ରନ କରି ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୮୫ ରନରେ ଆଗୁଆ ରହିଥିଲା। ହେଲେ ଦ୍ଵିତୀୟ ଇନିଂସରେ ଇଂଲଣ୍ଡ କିଓ୍ଵି ବୋଲରଙ୍କ ବୋଲିଂର ମୁକାବିଲା କରିନପାରି ୧୨୨ ରନରେ ଅଲଆଉଟ୍ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ୍ ହେନରୀ ଓ ନିଲ ଓ୍ଵାଗନର ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ନ୍ୟୁଜିଲାଣ୍ଡ ୨୨ ବର୍ଷ ପରେ ପ୍ରଥମ ଥର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଛି। ଏହା ପୂର୍ବରୁ ଦଳ ୧୯୯୯ରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ନ୍ୟୁଜିଲାଣ୍ଡ ଏହି ଟେଷ୍ଟରେ ୬ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲା। ଏହି ମୁକାବିଲାରେ ଦଳ ପକ୍ଷରୁ ଟମ ଲାଥମ ଅଧିନାୟକଭାର ସମ୍ଭାଳିଥିଲେ।

   Related Posts