Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମାନବିକତା ଦେଖାଇଲେ ନ୍ୟୁଜିଲାଣ୍ଡର ଏହି ଖେଳାଳି, ୮ ବର୍ଷ ଝିଅର ସାହାଯ୍ୟ ପାଇଁ ନିଲାମ କରିବେ WTC ଫାଇନାଲର ଟି-ସାର୍ଟ

29/06/2021 at 4:23 PM

ନୂଆଦିଲ୍ଲୀ ୨୯।୦୬: ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି ଦେଖାଇଲେ ମାନବିକତା। ବିଶ୍ଵ ଟେଷ୍ଟ ଚାମ୍ପିଆନଶିପର ଫାଇନାଲ୍‌ ମ୍ୟାଚ୍‌ରେ ପିନ୍ଧିଥିବା ନିଜର ଏକ ଜର୍ସିକୁ ନିଲାମ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ନିଲାମରେ ମିଳିବାକୁ ଥିବା ଅର୍ଥରେ ସେ ଜଣେ ଆଠ ବର୍ଷର ଝିଅର ସାହାଯ୍ୟ କରିବେ। ଏହି ଝିଅଟି କ୍ୟାନ୍ସର ଯୋଗୁଁ ଜୀବନ ମରଣ ସହ ସଂଘର୍ଷ କରୁଛି। ଏହି ସ୍ଵତନ୍ତ୍ର ଜର୍ସିରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ଜିତିଥିବା ନ୍ୟୁଜିଲାଣ୍ଡ ଦଳର ପୂରା ସଦସ୍ୟଙ୍କ ଦସ୍ତଖତ ରହିଛି।

୩୨ ବର୍ଷୀୟ ସାଉଦି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଘୋଷଣା କରିଛନ୍ତି। ଏଥିସହ ଜର୍ସିର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସାଉଦି କହିଛନ୍ତି, ତାଙ୍କ ପରିବାର ବର୍ଷ କି ଦୁଇ ବର୍ଷ ପୂର୍ବେ ଏହି ଝିଅ ବିଷୟରେ ଜାଣିବାକୁ ପାଇଥିଲେ। ଆଠ ବର୍ଷୀୟ ଝିଅ ହାଲି ଏକ ବିରଳ କର୍କଟ ରୋଗରେ ପୀଡିତ। ୨୦୧୮ଠୁ ସେ ରୋଗ ସହ ସଂଘର୍ଷ କରୁଛନ୍ତି।

ଝିଅର ସାହାସ ଓ ଧୈର୍ଯ୍ୟ ତାଙ୍କୁ ବହୁତ ପ୍ରଭାବିତ କରିଥିବା ସାଉଦି କହିଛନ୍ତି। ପ୍ରଶଂସକଙ୍କୁ  ଜର୍ସିର ବୋଲି ଲଗାଇବା ଏବଂ ଏହି ମୁସ୍କିଲ ସମୟରେ ପରିବାରକୁ ସହାୟତା କରିବାକୁ ସେ ଅନୁରୋଧ କରିଛନ୍ତି। ସାଉଦିଙ୍କ ପୂର୍ବରୁ ଓପନିଂ  ବ୍ୟାଟସମ୍ୟାନ ମାର୍ଟିନ ଗୁପଟିଲ୍ ମଧ୍ୟ ଏକ ଝିଅର ସହାୟତା ପାଇଁ ଗତ ବର୍ଷ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚ୍‌ର ଏକ ଖାସ୍ ବ୍ୟାଟକୁ ନିଲାମ କରିଥିଲେ।  

   Related Posts