ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟ ଜିତାଇଥିବା କ୍ରିକେଟରଙ୍କ ନିଧନ, ୧୯୬୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଥିଲେ ଅବସର

Published By : Prameya-News7 Bureau | October 14, 2020 IST

ନ୍ୟୁଜିଲାଣ୍ଡ ୧୪/୧୦: ବର୍ଷ ୨୦୨୦ ବିଶ୍ବ ପାଇଁ ବହୁ ଦୁଃଖ ଖବର ଆଣିଛି। କରୋନା ମହାମାରୀ ବିରୁଦ୍ଧରେ ବିଶ୍ବ ଲଢ଼େଇ କରୁଥିବା ବେଳେ ବହୁ ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ହରାଇଛି। ଏହାରି ଭିତରେ ନ୍ୟୁଜିଲାଣ୍ଡ କ୍ରିକଟେ ପାଇଁ ଆସିଛି ଦୁଃଖ ଖବର। କ୍ରିକେଟ୍‌ ଇତିହାସରେ ନ୍ୟୁଜିଲାଣ୍ଡକୁ  ପ୍ରଥମ ଥର ଟେଷ୍ଟ ଜିତାଇଥିବା ଅଧିନାୟକଙ୍କ ପରଲୋକ ଘଟିଛି।

ନ୍ୟୁଜିଲାଣ୍ଡର ବୟସାଧିକ କ୍ରିକେଟର ଭାବେ ପରିଚିତ ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ନିଧନ ଖେଳପ୍ରେମୀଙ୍କୁ ଆଘାତ ଦେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୫୦, ୬୦ ଦଶକର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଭାବେ ପରିଚିତ ରିଡଙ୍କ ଦେହାନ୍ତ ଖବର ବୁଧାବର ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଜନ୍‌ ରିଡ୍‌ ନିଜ କ୍ରିକେଟ୍‌ କ୍ୟାରିୟରେ ନ୍ୟୁଜିଲାଣ୍ଡ ପାଇଁ ୫୮ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬ଟି ଶତକ ସହ ୩୪୨୮ ରନ୍‌ କରିଥିଲେ ।ରିଡ୍‌ଙ୍କ ସର୍ବାଧିକ ସ୍କୋର୍‌ ରହିଛି ୧୪୨ ରନ୍‌।

wp:core-embed/twitter {"url":"https://twitter.com/BLACKCAPS/status/1316300059357700096","type":"rich","providerNameSlug":"twitter","className":""}
https://twitter.com/BLACKCAPS/status/1316300059357700096
/wp:core-embed/twitter

ଜନ୍‌ ରିଡ୍‌ ୨୪୬ ଫାଷ୍ଟ କ୍ଲାସ୍‌ ମୁକାବିଲା​‌ରେ ୪୧.୩୫ ଆଭେରେଜ୍‌ ସହ ୧୬,୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲେ। ଯେଉଁଥିରେ ୩୯ ଶତକ ସାମିଲ ରହିଛି। ରିଡ୍‌ ୪୬୬ଟି ଓ୍ବିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ। ୧୯୪୯ରେ ୧୯ ବର୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ରିଡ୍‌। ୩୪ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଅଧିନାୟକ ଭାର ସମ୍ଭାଳିଥିବା ରିଡ୍‌ ଦେଶକୁ ପ୍ରଥମ କପ୍‌ ଦେଇଥିଲେ। ୧୯୬୫ରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ ଜଣାଇଥିବା ଜନ ରିଡ୍‌ ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡରେ ଚୟନକର୍ତ୍ତା, ମ୍ୟାନେଜର ଓ ଆଇସିସି ମ୍ୟାଚ୍ ରେଫେରି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.