୨୯ ବର୍ଷରେ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍, ଦିନିକିଆରେ ମାତ୍ର ୩୬ ବଲରୁ ହାସଲ କରିଥିଲେ ସେଞ୍ଚୁରି

Published By : Prameya-News7 Bureau | December 05, 2020 IST

ନୂଆଦିଲ୍ଲୀ ୦୫/୧୨ : ନ୍ୟୁଜିଲାଣ୍ଡର ଦକ୍ଷ ଅଲରାଉଣ୍ଡର କୋରି ଆଣ୍ଡରସନ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଏବେ ଆମେରିକାରେ ଟି-ଟ୍ବେଣ୍ଟି ଲିଗ୍ ଖେଳିବେ । ଆଣ୍ଡରସନ ଗତ କିଛି ଦିନ ବର୍ଷ ହେଲା ଆହତଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ତାଙ୍କ ପତ୍ନୀ ଆମେରିକାରେ ରୁହନ୍ତି । ତେବେ ଶୁଣିବାକୁ ମିଳୁଛି ତାଙ୍କ ପତ୍ନୀଙ୍କ କହିବା ପରେ ହିଁ ସେ ନ୍ୟଜିଲାଣ୍ଡରୁ ଆମେରିକା ଯିବା ପାଇଁ ସ୍ଥିର କରିଛନ୍ତି ।

{"id":373033,"sizeSlug":"large"}

ଆଗାମୀ ଦିନରେ ସେ ଆମେରିକା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମଧ୍ୟ ଖେଳିପାରନ୍ତି । ତେ​‌ବେ ମାତ୍ର ୨୯ ବର୍ଷ ବୟସରେ ନ୍ୟୁଜିଲାଣ୍ଡ କ୍ରିକେଟରୁ ଅବସର ନେବା ଘଟଣାକୁ ସହଜରେ ହଜମ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ । କୋରି ଆଣ୍ଡରସନ ଆଇପିଏଲ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଆଇପିଏଲ ମଧ୍ୟ ଖେଳିଛନ୍ତି ।

{"id":373034,"sizeSlug":"large"}

୨୦୧୩ରେ ସେ ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ କୋରି ଆଣ୍ଡରସନ୍ ୨୦୧୪ ମସିହାରେ ଶାହିଦ୍ ଆଫ୍ରିଦିଙ୍କ ୧୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଆଣ୍ଡରସନ ମାତ୍ର ୩୬ ବଲରୁ ଶତକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସେହି ମ୍ୟାଚରେ ଆଣ୍ଡରସନ ୧୩୧ ରନର ବିଶାଳ ଇଂନିସ ଖେଳିଥିଲେ ଯେଉଁଥିରେ ୧୪ଟି ଛକା ସାମିଲ ଥିଲା । ଏହା ପୂର୍ବରୁ ଶାହିଦ୍ ଆଫ୍ରିଦି  ୧୯୯୬ରେ ୩୭ ବଲରୁ ଶତକ ଶତକ ହାସଲ କରିଥିଲେ । ତେବେ ଦିନିକିଆରେ ଦୃତ ଶତକ ହାସଲ କରିବାରେ ଆଗରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ସେ ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୩୧ ବଲରୁ ଶତକ ହାସଲ କରିଥିଲେ ।

କୋରି ଆଣ୍ଡରସନ୍ ନ୍ୟୁଜିଲାଣ୍ଡ ପକ୍ଷରୁ ୧୩ ଟେଷ୍ଟ, ୪୯ ଦିନିକିଆ ଏବଂ ୩୧ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି ।  ୨୦୧୫ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କୋରି ଆଣ୍ଡରସନ । ସେ ୨୦୧୫ ବିଶ୍ବକପରେ ୨ ଟି ଅର୍ଦ୍ଧଶତକ ହାସଲ କରିବା ସହିତ ୧୬.୭୧ ହାରରେ ୧୪ଟି ଓ୍ବକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.