Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସେମିଫାଇନାଲ ପୂର୍ବରୁ ଭାରତ ସହ ମାଇଣ୍ଡ ଗେମ୍ ଖେଳିଲେ ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍

9/07/2019 at 10:59 AM

ମାଞ୍ଚେଷ୍ଟର ୯|୭: ଆଜି ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ ଅବ୍ୟବହିତ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ର ମୁଖ୍ୟ କୋଚ୍ ଗେରି ହିଡ୍ ଭାରତ ସହିତ ମାଇଣ୍ଡ ଗେମ୍ ଖେଳିବା ପାଇଁ ଉଦ୍ୟମ କରିଛନ୍ତି । ଗେରି ସୋମବାର ଦିନ ଭାରତ ଉଦ୍ଦେଶ୍ୟରେ କିଛି ଟିପ୍ପଣୀ ଦେଇ ଭାରତୀୟ ଖେଳାଳିଙ୍କ ମନସ୍ତତ୍ବକୁ ଅଧିକ ଚାପଗ୍ରସ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଗେରି କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଭାରତୀୟ ଖେଳାଳିମାନଙ୍କ ଉପରେ ଏହି ମ୍ୟାଚ୍ ପାଇଁ ଅଧିକ ଚାପ ରହିବ । କାରଣ ଭାରତୀୟ ଦଳର ପ୍ରତିଷ୍ଠା ଏହି ମ୍ୟାଚ୍ ରେ ବାଜି ଲାଗିବ । ବିଶ୍ବକପ୍ ରେ ଭାରତୀୟ ଦଳ ଆକର୍ଷଣୀୟ ପଦର୍ଶନ କରୁଆସୁଥିବାରୁ ସେମିଫାଇନାଲ ଭାରତ ପାଇଁ ଅଧିକ ସମ୍ମାନର ବିଷୟ ନିଶ୍ଚୟ । ଏଥିପାଇଁ ଭାରତୀୟ ଖେଳାଳିମାନେ କର ବା ମର ସ୍ଥିତିରେ ଖେଳିବାକୁ ହେବ ବୋଲି ସେ କହିଛନ୍ତି । ଗେରିଙ୍କ ଏଭଳି ମନ୍ତବ୍ୟ ଭାରତୀୟ ଦଳ ଉପରେ ଆଜିର ମ୍ୟାଚ୍ ପାଇଁ ରହିଥିବା ଚାପକୁ ଆହୁରି ବଢାଇବ ବୋଲି କୁହାଯାଉଥିଲେ ମଧ୍ୟ ଭାରତୀୟ ଦଳ ଚାପ ସହିତ ଖେଳିବା ଜାଣେ ବୋଲି କୋହଲିଙ୍କ ମନ୍ତବ୍ୟ ଦଳୀୟ ଖେଳାଳୀମାନଙ୍କୁ ନିଶ୍ଚୟ ଉତ୍ସାହ ପ୍ରଦାନ କରିବ ।

ଅପରପକ୍ଷରେ ଗେରି ନ୍ୟୁଜିଲ୍ୟାଣ୍ଡ ସଂପର୍କରେ କହିଛନ୍ତି ଯେ, ବିଶ୍ବକପ୍ ରେ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷାକୃତ ଦୁର୍ବଳ ଦଳ ସହିତ ଭଲ ପଦର୍ଶନ କରିଛି ଓ ବଡ୍ ଟିମ୍ ସହିତ ପରାଜୟର ସମ୍ମୁଖୀନ ହୋଇଛି ବୋଲି ଦଳ ସଂପରର୍କରେ ନେଗେଟିଭ୍ ଆଲୋଚନା ହେଉଛି । କିନ୍ତୁ ସେସବୁକୁ ଭୃକ୍ଷେପ ନକରି ଦଳ ନିଜର ଦକ୍ଷତା ଉପରେ ଫୋକସ୍ କରିବ । ସେ କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଶେଷ ମଉକା ।

   Related Posts