ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆ ; ୮ ଓ୍ବିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | January 31, 2019 IST

ହାମିଲଟନ୍ ୩୧|୧: ହାମିଲଟନ୍‌ରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆରେ ଭାରତକୁ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୧୪.୪ ଓଭରରେ ଭାରତ ଦେଇଥିବା ଟାର୍ଗେଟ୍ ହାସଲ କରିଛି ନ୍ୟୁଜିଲାଣ୍ଡ ଦଳ । ୧୪.୪ ଓଭରରେ ୨ଓ୍ବିକେଟ୍ ହରାଇ ନ୍ୟୁଜିଲାଣ୍ଡ ୯୩ରନ୍ କରି ବିଜୟୀ ହୋଇଛି । ୪ର୍ଥ ଦିନିକିଆରେ ପରାଜୟ ପରେ ୫ଟିକିଆ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି ଭାରତ ।

୪ର୍ଥ ଦିନିକିଆରେ ଭାରତର ବଡ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ର ୩୦.୫ ଓଭରରେ ୯୩ରନ୍ କରି ଅଲଆଉଟ୍ ହୋଇଯାଇଥିଲେ ଭାରତୀୟ ବ୍ୟାଟସମ୍ୟାନ୍। ନ୍ୟୁଜିଲାଣ୍ଡକୁ ୯୩ରନ୍ ର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ଭାରତର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ମାତ୍ର ୧୪.୪ ଓଭରରେ ମ୍ୟାଚ୍ ଜିତି ନେଇଛି । ନ୍ୟୁଜିଲାଣ୍ଡର ମାର୍ଟିନ ଗୁପତିଲ ୪ଟି ବଲ୍ ରୁ ୧୪ରନ୍, ହେନରୀ ନିକୋଲ୍ସ ୪୨ ବଲ୍ ରୁ ୩୦ ରନ୍, କାନେ ଓ୍ବିଲିୟମସନ୍ ୧୮ବଲ୍ ରୁ ୧୧ରନ୍ , ରସ୍ ଟେଲର ୨୫ବଲରୁ ୩୭ ରନ୍ କରିଛନ୍ତି । ଭାରତର ଭୁବନେଶ୍ବର କୁମାର ୨ଟି ଯାକ ଓ୍ବିକେଟ୍ ନେଇଛନ୍ତି । ୫ଟିକିଆ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି ଭାରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.