ଆଇପିଏଲ ନିଲାମରେ କେହି କିଣିଲେ ନାହିଁ, ଏବେ ୫୯ ବଲ୍‌ରୁ ଖେଳିଲେ ୯୯ ରନର ବିସ୍ଫୋରକ ଇନିଂସ

Published By : Prameya-News7 Bureau | February 22, 2021 IST

ଖ୍ରୀଷ୍ଟଚର୍ଚ୍ଚ ୨୨।୦୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ପାଇଁ ହୋଇଥିବା ନିଲାମରେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ଡେଭୋନ କନଓ୍ଵେଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ଫଳରେ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ହେଲେ ଆଇପିଏଲ ନିଲାମ ଠିକ୍ ପରେ  କନଓ୍ଵେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ନିଜର ବ୍ୟାଟ୍‌ରେ ଧମାକା କରିଛନ୍ତି। କନଓ୍ଵେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୯ଟି ବଲ୍‌ରୁ ୯୯ ରନର ଦମଦାର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କର ଏହି ବିସ୍ଫୋରକ ଇନିଂସ ଯୋଗୁଁ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ପରାସ୍ତ କରିଛି।

wp:html /wp:html

କନଓ୍ଵେ ନିଜର ୯୯ ରନର ବିସ୍ଫୋରକ ଇନିଂସରେ ୧୦ ଚୌକା ଓ ତିନି ବିଶାଳ ଛକା ମାରିଛନ୍ତି। କନଓ୍ଵେଙ୍କ ଦମଦାର  ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୪ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୧୩୧ ରନରେ ଅଲଆଉଟ୍ ହୋଇଛି। କନଓ୍ଵେଙ୍କ ବ୍ୟତୀତ ଇଶ ସୋଢି ଶାଣିତ ବୋଲିଂ କରି ୨୮ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଏଥି ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.