କରୋନା ବିଭିନ୍ନ ଦେଶରେ ତାଣ୍ଡବ କରୁଥିବାବେଳେ ନ୍ୟୁଜିଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ କିଭଳି କଲେ କରୋନା ଭାଇରସକୁ ନିୟନ୍ତ୍ରଣ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | April 10, 2020 IST

ସମଗ୍ର ବିଶ୍ବ କରୋନାଗ୍ରସ୍ତ। ଦେଶର ମହାଶକ୍ତି ଆମେରିକା ଅସହାୟ ହୋଇ ନିଜ ଲୋକଙ୍କୁ ମୃତ୍ୟୁବରଣ କରୁଥିବାର ଦେଖୁଛି। ଏପରି ପରିସ୍ଥିତିରେ ଛୋଟ ଦେଶ ନ୍ୟୁଜିଲାଣ୍ଡ ନିଜ ଦେଶର ସ୍ଥିତିକୁ କାବୁ କରି ରଖିଛି। ଏବେ ସୁଦ୍ଧା ଏଠାରେ କରୋନାରେ ମାତ୍ର ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଶ୍ରେୟ ନ୍ୟୁଜିଲାଣ୍ଡର ୩୯ବର୍ଷ ବୟସ୍କା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡ଼େନଙ୍କୁ ଦିଆଯାଉଛି।

ସୂଚନା ମୁତାବକ ନ୍ୟୁଜିଲାଣ୍ଡରେ ଫେବୃୟାରୀ ୨୮ତାରିଖରେ କରୋନା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମନାକୁ ଆସିଥିଲା। ଏହାର ଠିକ୍ ମାସେ ପରେ ମାର୍ଚ୍ଚ ୨୯ତାରିଖରେ ଆମେରିକାରେ କରୋନା ପହଞ୍ଚିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ଏତେ ଛୋଟ ଏବଂ ଅନେକ ସୁବିଧାରୁ ବଞ୍ଚିତ ହୋଇ କରୋନା ଯୁଦ୍ଧରେ ଜିତୁଥିବା ନଜର ଆସିବାବେଳେ ଆମେରିକାରେ ମୃତ୍ୟୁର ତାଣ୍ଡବ ଜାରି ରହିଛି।

ଏହା ପଛରେ କାରଣ ହେଉଛି ଜେସିଣ୍ଡା ଆର୍ଡ଼େନଙ୍କ ଠିକ୍ ସମୟରେ ନିଆଯାଇଥିବା ନିଷ୍ପତ୍ତି। ସେ ଠିକ୍ ସମୟରେ ଆନ୍ତର୍ଜାତୀୟ ବିମାନ ଉପରେ ରୋକ, ମାର୍ଚ୍ଚ ୨୦ରୁ ବିଦେଶୀ ନାଗରିକଙ୍କ ପ୍ରବେଶ ନିଷେଧ,ମାର୍ଚ୍ଚ ୨୩ରୁ ଦେଶରେ ଲକଡାଉନ୍,ରାପିଡ କରୋନା ଟେଷ୍ଟିଂ ଆଦି ନିୟମ ଲାଗୁ କରିଥିବାରୁ ଏହା ସମ୍ଭବ ହୋଇପାରିଥିଲା।

ଯେତେବେଳେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା,ସେତେବେଳେ ଦେଶରେ ମାତ୍ର ୨୮ଟି ମାମଲା ଥିଲା। ମାର୍ଚ୍ଚ ୨୩ରେ ଯେତେବେଳେ ଲକଡାଉନ୍ ଘୋଷିତ ହୋଇଥିଲା ସେତେବେଳେ ୧୦୨ଟି ମାମଲା ଥିଲା। ଏହିପରି ଠିକ୍ ସମୟରେ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ନ୍ୟୁଜିଲାଣ୍ଡ କରୋନା ପ୍ରକୋପରୁ ବର୍ତ୍ତିପାରିଛି।

ନ୍ୟୁଜିଲାଣ୍ଡରେ ଏବେ ସୁଦ୍ଧା କରୋନା ସଂକ୍ରମଣର ମୋଟ ୧୩୩୨ମାମଲା ସାମନାରେ ଆସିଛି ଏବଂ ୨ଜଣଙ୍କ ମୃତ୍ୟୁ ହୋଇଛି। ୩୧୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.