ଦୀପାବଳି ଅବସରରେ ସୁସଜ୍ଜିତ ଆଲୋକମାଳାରେ ଚମକି ଉଠିଲା ନ୍ୟୁୟର୍କର ‘ଏମ୍ପାୟର ଷ୍ଟେଟ୍ ବିଲ୍ଡିଂ’

Published By : Prameya-News7 Bureau | November 14, 2020 IST

ନ୍ୟୁୟର୍କ ୧୪।୧୧: ଆଜି ସମଗ୍ର ଦେଶରେ ହର୍ଷୋଉଲ୍ଲାସର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଭାରତ ସହିତ ବିଦେଶରେ ମଧ୍ୟ ଦୀପାବଳିର ଝଲକ ଦେଖିବାକୁ ମିଳିଛି। ପ୍ରକାଶର ପର୍ବ ଦୀପାବଳି ଅବସରରେ ନ୍ୟୁୟର୍କ ସହରର ଗଗନଚୁମ୍ବି କୋଠା ‘ଏମ୍ପାୟର ଷ୍ଟେଟ୍ ବିଲ୍ଡିଂ’କୁ ନାରଙ୍ଗୀ ଆଲୋକମାଳାରେ ସଜା ଯାଇଛି। ଯାହା ଦୂରରୁ ଅତିଚମତ୍କାରଲ ଲାଗୁଛି।

ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ୍ର ତିନୋଟି ରାଜ୍ୟ କ୍ଷେତ୍ରର ଫେଡେରେସନ ଅଫ ଇଣ୍ଡିଆନ ଆସୋସିଏସନ(ଏଫଆଇଏ) ଏମ୍ପାୟର ଷ୍ଟେଟ୍ ବିଲ୍ଡିଂ ସହିତ ମିଳିତ ପ୍ରୟାସରେ ଦୀପାବଳିକୁ ଦୃଷ୍ଟିରେ ରଖି ପ୍ରତିଷ୍ଠିତ ମ୍ୟାନହଟ୍ଟନ ଭବନକୁ ଶୁକ୍ରବାର ନାରଙ୍ଗୀ ଆଲୋକରେ ସୁସଜ୍ଜିତ କରାଯାଇଛି।

wp:html /wp:html

ଏମ୍ପାୟର ଷ୍ଟେଟ୍ ବିଲ୍ଡିଂ’ ଟ୍ଵିଟ୍‌ରେ କହିଛି,  ନ୍ୟୁୟର୍କରୁ ହାପି ଦୀପାବଳି। ଆମେ ଆଜି ରାତିରେ ସମସ୍ତ ଲାଇଟ୍‌କୁ ନାରଙ୍ଗୀ କରି ଆଲୋକ ପର୍ବର ଉତ୍ସବ ପାଳନ କରୁଛୁ। ଏଫଆଇଏ କହିଛି, ସଂସ୍ଥା ‘ଦୀପାବଳି ସୁପ୍ ଆଣ୍ଡି କିଚେନ’ର ପ୍ରୟାସରେ ନ୍ୟୁଜର୍ସି, ନ୍ୟୁୟର୍କ ଓ କନେକ୍ଟିକଟରେ ୧୦ ହଜାର ଲୋକଙ୍କୁ ଭୋଜନ ପରସିଛି। ଏହାର ଉଦ୍ଦେଶ୍ୟ ଏହି ଉତ୍ସବ ସମ୍ବନ୍ଧିତ ଭାରତୀୟ ପରମ୍ପରା, ସଂସ୍କୃତି ଓ ରୀତିନୀତି ବିଷୟରେ ଲୋକଙ୍କୁ ଅବଗତ କରାଇବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.