ଅସହାୟ ନ୍ୟୁୟର୍କ ପ୍ରଶାସନ: ଟେନିସ୍ କୋର୍ଟକୁ କରିବ ଅସ୍ଥାୟୀ କରୋନା ଚିକିତ୍ସାଳୟ

Published By : Prameya-News7 Bureau | April 01, 2020 IST

ନ୍ୟୁୟର୍କ, ୦୧|୦୪:  ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଆମେରିକାର ନ୍ୟୁୟର୍କରେ ଏହା ୧୨୦୦ରୁ ଅଧିକ ଜୀବନ ନେଲାଣି । ଏଠାରେ ସଂକ୍ରମିତଙ୍କ ପାଇଁ ହସ୍ପିଟାଲ, ଭେଣ୍ଟିଲେଟର ଓ ଡାକ୍ତରଙ୍କ ଅଭାବ ମଧ୍ୟ ଦେଖିବାକୁ ମିଳିଛି । ତେବେ କରୋନା ମୁକାବିଲା ପାଇଁ ପ୍ରତିବର୍ଷ ୟୁଏସ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା କମ୍ପ୍ଲେକ୍ସ୍ ଷ୍ଟାଡିୟମକୁ ଅସ୍ଥାୟୀ ଭାବେ ମେଡିକାଲରେ ପରିଣତ କରାଯାଇଛି ।

{"id":247435,"width":751,"height":422,"sizeSlug":"large"}

‘ଦି ବିଲ୍ଲି ଜିନ୍ କିଙ୍ଗ୍ ଜାତୀୟ ଟେନିସ୍ ସେଣ୍ଟର’କୁ ଅସ୍ଥାୟୀ ମେଡିକାଲରେ ରୂପାନ୍ତରିତ କରାଯାଇଛି । ଏଥିରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯିବ । ଏହାସହ ନ୍ୟୁୟର୍କ ଷ୍ଟାଡିୟମ କମ୍ପ୍ଲେକ୍ସକୁ ମଧ୍ୟ ଅସ୍ଥାୟୀ ହସ୍ପିଟାଲର ପରିଣତ କରାଯିବ ବୋଲି ଟେନିସ୍ ଆସୋସିଏସନର ମୁଖପାତ୍ର ଖ୍ରୀଷ୍ ଓ୍ୱିଡମେୟାର କହିଛନ୍ତି । ସେ କହିଛନ୍ତି ଯେ, ଏପ୍ରିଲ ମାସରେ ଏଠାରେ କରୋନା ଅଧିକ ଆତଙ୍କ ଖେଳାଇବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ଟେନିସ୍ ଷ୍ଟାଡିୟମକୁ ଅସ୍ଥାୟୀ ଡାକ୍ତରଖାନା କରିବାକୁ ନିଷ୍ପତ୍ତି ନିଆଯାଇଛି ।ତେବେ ଅଗଷ୍ଟ ମାସରେ ଏହି ସ୍ଥିତି ସୁଧୁରିବ ବୋଲି ସେ ଆଶା କରିଛନ୍ତି ।

ସୋମବାର ସୁଦ୍ଧା ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୩୮୭୩ ଥିବାବେଳେ କେବଳ ନ୍ୟୁୟର୍କରେ ୧୨୧୮ଜଣ ପ୍ରାଣ ହରାଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.