କରୋନା ରେକର୍ଡ ଭାଙ୍ଗିଲା ଆମେରିକା, ମୃତକଙ୍କ ଲାଗି ରବିବାର ପ୍ରଥମପୃଷ୍ଠା ଉତ୍ସର୍ଗ କଲେ New York Times

Published By : Prameya-News7 Bureau | May 24, 2020 IST

ନ୍ୟୁୟର୍କ: ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ତେବେ ଆମେରିକାରେ ଭୂତାଣୁ ପ୍ରାଦୁର୍ଭାବ ରବିବାର ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖାଯାଇଛି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ଛୁଇଁବାକୁ ଯାଉଛି। ଏଣୁ ଦେଶର ପ୍ରମୁଖ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସ ରବିବାର ଏକ ସ୍ୱତନ୍ତ୍ର ପ୍ରଥମପୃଷ୍ଠା ପ୍ରକାଶନ କରିଥିବା ବେଳେ ଏଥିରେ ମୃତକଙ୍କ ନାମ ପ୍ରକାଶନ କରିଛନ୍ତି। ଯାହା ଦେଶବାସୀଙ୍କ ମନରେ ଗଭୀର ରେଖାପାତ କରିଛି।

wp:html /wp:html

ସମ୍ବାଦପତ୍ର ଏକ ସଂକ୍ଷିପ୍ତ ଆଲେଖ୍ୟରେ ମୋଟ ମୃତକଙ୍କ ମାତ୍ର ୧ ପ୍ରତିଶତଙ୍କ ସୂଚନା ଦେଇପାରିଥିବା ଉଲ୍ଲେଖ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା କରୋନା ଭାଇରସ ମହାମାରୀରେ ଗୁରୁତର ପ୍ରଭାବିତ ହୋଇଛି। ଦେଶରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। କେବଳ ଶନିବାର ସନ୍ଧ୍ୟା ସୁଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୮ରେ ପହଞ୍ଚିଛି। ନ୍ୟୁୟର୍କ ଟାଇମ୍ସର ରବିବାର ସ୍ୱତନ୍ତ୍ର ପୃଷ୍ଠାରେ ୬୨ ନେସଭିଲ୍ଲେର ଗ୍ରାମୀ ପୁରସ୍କାର ବିଜେତା  ଜୋ  ଡିଫି, ହାଭାର୍ଡ ଲ ସ୍କୁଲରୁ ଆଇନରେ ସ୍ନାତକ ଉତିର୍ଣ୍ଣ ହୋଇଥିବା ଦେଶର ପ୍ରଥମ ଅଶ୍ୱେତ ମହିଳା ଆଇନିଜ୍ଞ ୮୭, ନ୍ୟୁୟର୍କ ସିଟିର ଲିଲା ଏ.ଫେନୱିକ୍‌ଙ୍କ ନାମ ମଧ୍ୟ ରହିଛି।

wp:html /wp:html

ସଂକ୍ରମଣ ରୋକିବା ଲାଗି ଲକଡାଉନ୍‌ ଅବଲମ୍ବନ କରା ନଯିବା ଯୋଗୁ ଆମେରିକୀୟ ରାଜ୍ୟମାନଙ୍କର ମୃତ୍ୟୁ ସଂଖ୍ୟା ମିସାଇଲେ ମୋଟ ସଂଖ୍ୟା ୧ଲକ୍ଷ ପାର ହୋଇସାରିଲାଣି। ତେବେ ଲକଡାଉନ୍‌ ଯୋଗୁ ଦେଶରେ ଲୋକେ ବେକାର ହେବା ଓ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବରରେ ନିୟମ କୋହଳ କରିଦେଇଥିଲେ। ଏଣୁ ଦେଶ ଏବେ ଶ୍ମଶାନରେ ପରିଣତ ହୋଇଥିବା ବେଳେ ଦେସବାସୀଙ୍କ ଲାଗି ରାଷ୍ଟ୍ରପତି ନୂଆ ଟ୍ୱିଟ୍‌ କରି ଟ୍ରୋଲ ହେଉଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.