Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆମେରିକାରେ କରୋନା ଭୟ : ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଜାରି

8/03/2020 at 10:42 AM

ନୂଆଦିଲ୍ଲୀ ୦୮।୦୩: ସାରାବିଶ୍ବରେ ଆତଙ୍କ ଖେଳାଇସାରିଛି କରୋନା ଭାଇରସ । ଚୀନ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩ହଜାର ପାର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପି ସାରିଲାଣି । ଚୀନ୍‌ ପରେ ଏବେ କରୋନାର ପ୍ରକୋପ ଆମେରିକାରେ ଦେଖିବାକୁ ମିଳିଲାନି । ତେବେ କରୋନାର ସଂକ୍ରମଣ ଦିନକୁ ଦିନ ବଢୁଥିବାର ଦେଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ନ୍ୟୁୟର୍କ ଗଭର୍ଣ୍ଣର୍‌ ଏଣ୍ଡ୍ରିଉ କୁମୋ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଏନେଇ ନ୍ୟୁୟର୍କ ଗଭର୍ଣ୍ଣର ଟ୍ବିଟ କରି ଜଣାଇଛନ୍ତି ।

କୁମୋ ଟ୍ବିଟ୍ରେ ଲେଖିଛନ୍ତି ଯେ, ନ୍ୟୁୟର୍କରେ କରୋନା ଭାଇରସ୍‌  ବ୍ୟାପକ ଭାବରେ ବ୍ୟାପୁଥିବା ଦେଖି  ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଜରୁରୀ ପରିସ୍ଥିତି ଘୋଷଣା ହେବା ଦ୍ୱାରା ନ୍ୟୁୟର୍କର ଆଞ୍ଚଳିକ ସ୍ୱାସ୍ଥ୍ୟ ବିଭାଗକୁ ଆନୁଷଙ୍ଗିକ ସମ୍ବଳ ମିଳିବ। ଯାହାଫଳରେ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗଇଦେବାରେ ସହଜ ହେବ । ରାଜ୍ୟର  ଡାକ୍ତରୀ ଟିମ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ତୁରନ୍ତ କିଣାବିକା କରିବାପରିବେ  । ପରୀକ୍ଷାଗାର ଖୋଲିବା ପାଇଁ ଜାଗା ଭଡ଼ା ନେଇ ପାଇ ଯୋଜନା କରାଯାଉଛି । ଜରୁରୀ ପରିସ୍ଥିତି ସମୟରେ କୌଣସି ସାମଗ୍ରୀ ଯଦି ଚଢା ଦାମ୍‌ରେ କୌଣସି ବ୍ୟକ୍ତି ବିକ୍ରି କରନ୍ତି । ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ସାଧାରଣ ଲୋକଙ୍କ କୌଣସି ସମସ୍ୟା ରହିଛି । ତେବେ ସେଥିପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି । ୮୦୦-୬୯୭-୧୨୨୦ ନମ୍ବର । ନଚେତ୍‌ https://dos.ny.gov/consumerprotection/ ରେ ନିଜର ଅଭିଯୋଗ ପତ୍ର ଦାଖଲ କରିପାରିବେ ।   

ସୂଚନାନୁସାରେ ଆମେରିକାର ୨୮ଟି ରାଜ୍ୟରେ କରୋନା ଭାଇରସରେ ୩୨୯ଟି ମାମଲା ସାମ୍ନାକୁ ଆସିଛି । ସେପଟେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେହିପରି ଆମେରିକା ଉପ-ରାଷ୍ଟ୍ରପତି କହିଛନ୍ତି ଯେ, କାର୍ଲିଫୋର୍ଣ୍ଣିଆ ସମୁଦ୍ର କୂଳରେ ଛିଡା ହୋଇଥିବା ଜାହାଜରେ ୨୧ଜଣ କରୋନା ଭାଇରସରେ ପଜେଟିଭ ଥିବାର ଖବର ଆସିଛି ।

   Related Posts