ଭୟଙ୍କର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନ୍ୟୁୟର୍କ ସ୍ୱାସ୍ଥ୍ୟକର୍ମୀ, ବାସ୍ତବ ସ୍ଥିତି ବଖାଣିଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

Published By : Prameya-News7 Bureau | March 31, 2020 IST

ନ୍ୟୁୟର୍କ, ୩୧|୦୩:  ଆମେରିକାରେ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚୁଛି । ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ସହରରେ କରୋନା ୧୨୦୦ରୁ ଅଧିକ ଜୀବନ ନେଲାଣି । ଏହି ସମୟରେ ସେଠାକାର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତରମାନେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି । କେଉଁ କରୋନା ସଂକ୍ରମିତଙ୍କ ଚିକିତ୍ସା ପ୍ରଥମେ କରିବେ ତାହା ସେମାନେ ବିଚାର କରିପାରୁ ନାହାଁନ୍ତି ।

ନ୍ୟୁୟର୍କର ଏକ ମେଡିକାଲରେ କାମ କରୁଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ସମିତ ପଟେଲ କହିଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ଏଠାରେ ସ୍ୱାସ୍ଥ୍ୟସେବା ଆହୁରି ବିପର୍ଯ୍ୟସ୍ତ ହୋଇ ପଡିବ । ପ୍ରତିଦିନ ଶହଶହ ସଂଖ୍ୟାରେ ସଂକ୍ରମିତ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ୨ ସପ୍ତାହ ତଳେ ମାତ୍ର ୪୬୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସୋମବାର ଏହା ୩୬ ହଜାରରେ ପହଁଚିଛି । କାହାକୁ ପ୍ରଥମେ ଚିକିତ୍ସା କରାଯିବ ତାହା ଚିନ୍ତା କରିବାକୁ ପଡୁଛି । ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି । କିନ୍ତୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସେମାନେ ପ୍ରୟାସ କରୁଛନ୍ତି । ଏପରି ପରିସ୍ଥିତି ଲାଗି ରହିଥିଲେ ଇଟାଲୀରୁ ମଧ୍ୟ ସାଙ୍ଘାତିକ ସ୍ଥିତି ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ମେଡିକାଲମାନଙ୍କରେ ଭେଣ୍ଟିଲେଟରର ଅଭାବ ରହିଛି ।

{"id":247060,"width":750,"height":497,"sizeSlug":"large"}

ଆହୁରି ମଧ୍ୟ ସେ ନିଜ ପରିବାର ପାଇଁ ଚିନ୍ତାରେ ଅଛନ୍ତି । ତାଙ୍କ ପରିବାରକୁ ମଧ୍ୟ ସଂକ୍ରମଣର ଭୟ ରହିଛି । ଘରେ ତାଙ୍କର ୮୦ ବର୍ଷର ବୃଦ୍ଧ ପିତା ରହୁଛନ୍ତି । ସେ କଣ କରିବେ କିଛି ଭାବି ପାରୁ ନାହାଁନ୍ତି ବୋଲି କହିଛନ୍ତି । ଏହି ଲଢେଇ ଦୀର୍ଘ ଦିନ ଧରି ଚାଲିବ ବୋଲି ସେ ଆଶଙ୍କା କରିଛନ୍ତି ।

ସୂଚନାଯୋଗ୍ୟ, ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ କହିଥିଲେ ଯେ, ଏଠାରେ ମୃତ୍ୟୁସଂଖ୍ୟା ୧୨୦୦ ଟପିଲାଣି । ସହରରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାର ମୁକାବିଲା ପାଇଁ ୧୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ । ବର୍ତ୍ତମାନ ନ୍ୟୁୟର୍କରେ ୮୦ ହଜାରରୁ ଅଧିକ ଡାକ୍ତର, ନର୍ସ ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ଏହାସହ ନାଭି ହସ୍ପିଟାଲକୁ ମଧ୍ୟ କରୋନା ଓ୍ୱାର୍ଡରେ ପରିଣତ କରାଯାଇଛି । ଏହି ହସ୍ପିଟାଲରେ  ୧୦୦୦ଟି ଆଇସୋଲେସନ ଓ୍ୱାର୍ଡ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.