ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ

Published By : Prameya-News7 Bureau | January 01, 2021 IST

ଭୁବନେଶ୍ୱର,୦୧/୦୧:  ଆଜି ସାରା ଦେଶ ପାଳନ କରୁଛି ଇଂରାଜୀ ନୂଆବର୍ଷ । କରୋନା ପାଇଁ ଚଳିତ ଥର ନୂଆବର୍ଷ ଫିକା ପଡିଥିଲେ ମଧ୍ୟ ସମସ୍ତେ ସାଙ୍ଗ, ସାଥୀ ଓ ପରିଜନଙ୍କୁ ମେସେଜ୍, ହ୍ୱାଟସଆପ୍, ଫେସବୁକରେ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବବର୍ଶର ଶୁଭକାମନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୂଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କହିଛନ୍ତି ।

wp:html /wp:html

ଏହାସହ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.