ନୂଆ ବର୍ଷରେ କାହାର କଣ ରାଜନୈତିକ ରଣ କୌଶଳ; ପ୍ରକାଶ କଲେ ରାଜ୍ୟର ତିନି ପ୍ରମୁଖ ଦଳ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ନୂଆ ବର୍ଷ  ରାଜନୈତିକ ଦଳ ପାଇଁ ହେବ ବଡ ଆହ୍ବାନ ବର୍ଷ। ନିର୍ବାଚନ  ବର୍ଷ ହେବ।ପ୍ରଚାର ମଇଦାନରେ ହେବ ବିଜେଡି ବିଜେପି ଓ କଂଗ୍ରେସ ଭିତରେ ଘମାଘୋଟ ଲଢ଼େଇ। ବିଜେଡି ଜାନୁଆରି ମାସରୁ ପୁରୀରୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଥିବା ବେଳେ ବିଜେପି ମୋଦି ଓ ଆମିତ ଶାହାଙ୍କ ଘନ ଘନ ଗସ୍ତ କରାଇ ରାଜ୍ୟ ସରକାରଙ୍କ ଟାର୍ଗେଟ କରିବ । ଏପ​‌ଟେ କଂଗ୍ରେସ ରାହୁଲ ଆଣିବା ସହିତ ଚାଷୀ ଓ ଆଦିବସୀ ଙ୍କୁ ପ୍ରଚାର ଆରମ୍ଭ କରିବାକୁ ବ୍ଲୁପ୍ରିଣ୍ଟ ତିଆରିଛି…   

{"id":69253}

ନୂଆ ବର୍ଷ ନିର୍ବାଚନ ବର୍ଷ। ତିନି ଦଳଙ୍କ ପରୀକ୍ଷାର ବର୍ଷ।  ଜନତା ନେବେ ପରୀକ୍ଷା। । ୨୦୧୯ ପରୀକ୍ଷା ପାଇଁ ଲୋକଙ୍କ ପାଖକୁ ଯିବାକୁ ସ୍ବତନ୍ତ୍ର ରଣନୀତି କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭ୍ରୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରଥମ ମାସରେ ହିଁ ପୁରୀରୁ  ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ପ୍ରତି ନିର୍ବାଚନମଣ୍ଡଳି ବୁଲି ସରକାର କରିଥିବା ବିକାଶ କଥା ପହଞ୍ଚାଇବେ। ଏହା ସହିତ ୫ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ଖୁବ ବଡ ପ୍ୟାକେଜ ଘୋଷଣା କରିବେ। ଏହା ସହିତ ଜନୁୟାରି ୮ ତାରିଖରେ ଚାଷୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ  ଦିଲ୍ଳୀରେ ରଣ ହୁଙ୍କାର​‌ ଦେବେ ବିଜେଡି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପୁରା ତୟାର ହୋଇଛି ଦଳ।

{"id":69254}

୨୦୧୮ରେ ବିଜେଡିକୁ ଚ୍ୟାଲେଞ୍ଜ ଦେଇଆସୁଥିବା ବିଜେପି ବି ବର୍ଷ ଆରମ୍ଭରୁ  ସରକାର ଘେରିବାକୁ ଜାଲ ବିଛାଇଛି। ରାଜ୍ୟକୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଘନଘନ ଗସ୍ତ କରାଇ ମାହୋଲ ବନାଇବା ପାଇଁ ଷ୍ଟ୍ରାଟେଜି କରିଛି।  ଜନୁୟାରୀ ୫ରେ ବାରିପଦା, ଜାନୁଆରୀ ୧୬ରେ ପଶ୍ଚିମ ଓଡିଶା  ଏବଂ  ଫେବୃଆରୀ  ୨ରେ ଭୁବନେଶ୍ବର  ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଫେବୃଆରୀ ୩ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  ଭୁବନେଶ୍ବର ଆସି  ଆଦିବାସୀ ମହାଅଧିବେଶନରେ ଯୋଗ ଦେବେ। ତାହା ସହିତ ରାଜ୍ୟ ସରାକରଙ୍କୁ ଘେରିବାକୁ ପୂରା ବ୍ଲୁ ପ୍ରିଣ୍ଟା  ପ୍ରସ୍ତୁତ କରିଛି ବିଜେପି।

{"id":69255}

କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ  ଜାନୁଆରୀ ୨ରୁ ମାରାଥନ କାର୍ଯ୍ୟ ପ୍ରସ୍ତୁତି କରିଛି।  ଅଗରାପଡାରେ ପବ୍ଲିକ ମିଟିଂ  କରିବା ସହ ପଦଯାତ୍ରା କରିବ କଂଗ୍ରେସ । ଏହା ସହ ଜାନୁଆରି ୬ରେ ବଲାଙ୍ଗିରରେ ଚାଷୀ ସମାବେଶ ଏବଂ ୮ ତାରିଖରେ ଜିଲ୍ଲାସ୍ତରରେ ଚାଷୀ ଆନ୍ଦୋଳନ। ଏହି ମାସରେ ଆଦିବାସୀ  ସମାବେଶ କରିବା ସହିତ ରାହୁଲ ଗାନ୍ଧୀ  ମଧ୍ୟ ଓଡିଶା ଆସି ନିର୍ବାଚନ ପ୍ରଚାର ବିଗୁଲ ଫୁଙ୍କିବା ଯୋଜନା କରିଛି ରାଜ୍ୟ କଂଗ୍ରେସ।

{"id":69256}

ନବବର୍ଷ  ତିନି ଦଳ ପାଇଁ ନୂଆ ଆହ୍ବାନ ଆଣିବ। ପ୍ରଚାର ମଇଦାନରେ ବଳ କଷାକଷି ହେବେ ବିଜେଡି, ବିଜେପି ଓ କଂଗ୍ରେସ। ୨୦୧୯ ବର୍ଷ  ହେବ ଘମାଘୋଟ ରାଜନୈତିକ ଲଢ଼େଇର ବର୍ଷ।

{"id":69257}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.