SBI ଗ୍ରାହକଙ୍କ ଲାଗି ଖୁସି ଖବର, ନୂଆ ବର୍ଷରେ ଶସ୍ତା ହେବ ଗୃହ ଓ ବାହନ ଋଣ

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ  ୩୦।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ନିଜର ଗ୍ରାହକଙ୍କୁ ନୂଆ ବର୍ଷରେ ପୁରଷ୍କାର ଦେବାକୁ ଯାଉଛନ୍ତି । ବ୍ୟାଙ୍କ ନିଜର ଏକ୍ସଟର୍ନାଲ ବେଞ୍ଚମାର୍କ ରେଟ୍‌ରେ ୨୫ପ୍ରତିଶତ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହାଦ୍ୱାରା ବ୍ୟାଙ୍କର ହୋମ ଲୋନ ଓ ଅଟୋ ଲୋନ୍ ନେବା ଆହୁରି ଶସ୍ତା ହେବ । ଏସବିଆଇଙ୍କ ଏହି ନିୟମ ୧ ଜାନୁୟାରୀରୁ ଲାଗୁ ହେବାକୁ ଯାଉଛି।

ଏବେ ନୂଆ ଘର କିଣିବାକୁ ଚାହୁଁଥିବା ଏସବିଆଇ ଗ୍ରାହକ ୭.୯୦ର ସୁଧ ହାରରେ ଲୋନ ନେଇପାରିବେ। ପୂର୍ବରୁ ଏହି ଲୋନ ଲାଗି ସୁଧହାର୮.୧୫ପ୍ରତିଶତ ଥିଲା । ବ୍ୟାଙ୍କ ଏକ୍ସଟର୍ନାଲ ବେଞ୍ଚମାର୍କ ବେସ୍ ରେଟ (EBR)ରେ ୮.୦୫ ପ୍ରତିଶତକୁ କମାଇ ୭.୮୦  ପ୍ରତିଶତ କରିଦେଇଥିବା ଏସବିଆଇ ଏକ ବୟାନରେ ସୂଚିତ କରିଛନ୍ତି।

ବେସିସ୍‌ ପଏଣ୍ଟ କମ୍‌ ହେବା ଯୋଗୁ ଇଏମଆଇ ଦେଉଥିବା ଗ୍ରାହକଙ୍କୁ ଲୋନ ରେଟ୍‌ରେ ୨୫ ପ୍ରତିଶତ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହେବ। ତେବେ ନୂଆ ଲୋନ ଗ୍ରାହକଙ୍କୁ ମାତ୍ର ୭.୯୦ ପ୍ରତିଶତ ସୁଧ ହାରରେ ଲୋନ ମିଳିବ। ପୂର୍ବରୁ ଏହି ହାର ୮.୧୫ ଥିଲା । 

ବ୍ୟାଙ୍କ ନିଜର ଏକ୍ସଟର୍ନାଲ ବେଞ୍ଚମାର୍କ ରେଟ୍‌କୁ ପ୍ରତି ୩ ମାସରେ ଥରେ ପରିବର୍ତ୍ତନ କରିଥାନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କନୂଆ ରେପୋ ରେଟ୍‌ ୫.୧୫ ପ୍ରତିଶତରେ ସ୍ଥିର ରହିଛି। ଏଣୁ ଏସବିଆଇଙ୍କ ଏକ୍ସଟର୍ନାଲ ବେଞ୍ଚମାର୍କ ବେସ୍ଡ ରେଟ୍ ପରିବର୍ତ୍ତିତ ହୋଇଛି । ଯଦି ରେପୋ ରେଟ୍‌ରେ କିଛି ବି ପରିବର୍ତ୍ତନ ହୁଏ, ତେବେ EBRରେ ମଧ୍ୟ ପରିବର୍ତ୍ତନ ହେବ । ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ ପରିବର୍ତ୍ତନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.