ବନାଗ୍ନି ଉଜାଡି ଦେଲା ନୂଆବର୍ଷ ଖୁସି, ଏଥର କେନବରାରେ ହେବନି ପୂର୍ବ ସଂଧ୍ୟା ଆତସବାଜି

Published By : Prameya-News7 Bureau | December 30, 2019 IST

କେନବରା :  ନବବର୍ଷ ସ୍ୱାଗତ ଲାଗି ଅଷ୍ଟ୍ରେଲିଆ କେନବରା ସବୁବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜନ କରୁଥିବା ଆଲୋକ ଓ ଆତସବାଜିର କାର୍ଯ୍ୟକ୍ରମ ଚଳିତବର୍ଷ କରିବନି। ୨୦୧୯ରେ ଜଙ୍ଗଲ ନିଆଁ ଦେଶରେ ଆତଙ୍କ ସୃଷ୍ଟି କରିଛି। ଅନେକ ସ୍ଥାନରେ ବନାଗ୍ନି ଜନବସତୀ ଉଜାଡିଥିବା ବେଳେ ଲୋକେ  ବାସ ହରା ହୋଇଛନ୍ତି। ଏଣୁ ନବବର୍ଷ ୨୦୨୦ ସ୍ୱାଗତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

{"id":204632,"sizeSlug":"large"}

ପୂର୍ବରୁ ନୂଆବର୍ଷ ସ୍ୱାଗତ ଲାଗି କେନବରାରେ ମଙ୍ଗଳବାର ରାତି ୯ଟା ଓ ୧୨ଟାରେ ଆଲୋକ ଓ ଆତସବାଜିର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା। ତେବେ ଏମାର୍ଜେନ୍ସୀ ସର୍ଭିସ ଏଜେନ୍ସୀ କମିଶନର ଜର୍ଜିନା ହ୍ୱେଲନ ଏପରି ନ କରିବାକୁପରାମର୍ଶ ଦେଇଥିଲେ। ଏଣୁ ନବବର୍ଷ ସ୍ୱାଗତ  ଉତ୍ସବ ନିରାଡମ୍ବର ପାଳନଲାଗି ନିଷ୍ପତ୍ତି ହୋଇଛି। ବନାଗ୍ନିରୁ ଦମକଳ ବିଭାଗ ଅଷ୍ଟ୍ରେଲିଆ ରାଜଧାନୀ ଅଞ୍ଚଳ (ଏସିଟି)କୁ ଅଳ୍ପକେ ବଞ୍ଚାଇଛି। ଏଥିରେ ନବବର୍ଷ କାର୍ଯ୍ୟକ୍ରମ ଲାଗି କେନବରାର କେନ୍ଦ୍ରୀୟ ବାଣିଜ୍ୟିକ ଜିଲ୍ଲା (ସିବିଡି)ରେ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ ଜମିବାର ଆଶଙ୍କା ଥିଲା।

{"id":204633,"sizeSlug":"large"}

ଏଣୁ କାର୍ଯ୍ୟକ୍ରମ ଆୟୋଜନ କୌଣସି ବଡ ବିପଦଠାରୁ କମ୍‌ନଥିଲା। ଏସିଟିରେ ଆତସବାଜି ଟଳାଯିବା ଏକ ବୁଦ୍ଧିମାନର କାମ ବୋଲି କହିଛନ୍ତି କମିସନର ହ୍ୱେଲନ। ସୂଚନା ଯୋଗ୍ୟଯେ ଗତ ୧୦ ଦିନ ହେଲା ଜଙ୍ଗଲ ନିଆଁ ଅଷ୍ଟ୍ରେଲିଆ ସରକାରଙ୍କୁ ନାକେଦମ କରିରଖିଛି। ଏଥିଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବାସହରା ହୋଇଛନ୍ତି। ଭିଷଣ ନିଆଁ ଯୋଗୁ ସୋମବାର ପୂର୍ବ ଗ୍ୟାପସ୍ ଲ୍ୟାଣ୍ଡର ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଲିକରିବାକୁ ପଡିଛି। ପୂର୍ବରୁ ଲାଗିଥିବା ନିଆଁରେ ଦେଶର ୧ଲକ୍ଷ ୩୦ ହଜାର ବନାଞ୍ଚଳ ଜଳି ଛାରଖାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.