ନୂଆ ବର୍ଷରେ ଏମିତି କଟିବ ଆପଣଙ୍କ ଦିନ- ଜାଣନ୍ତୁ

Published By : Prameya-News7 Bureau | December 31, 2019 IST


ମେଷ–ଶ୍ରମ ସାର୍ଥକ ହେବ । କଳ୍ପନା ବିଳାସୀ ଓ ସନ୍‌ମାର୍ଗ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ପ୍ରମଦାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହେବେ ।ବିଶେଷ ଜ୍ଞାନର ଅଧିକାରୀହୋଇପାରନ୍ତି ।ଶୁଭରଙ୍ଗମେରୁ୍‌ନ୍‌ ।ଶୁଭଅଙ୍କ ୭ ।


ବୃଷ– ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କଲେ ସଫଳତା ମିଳିବ । ମନରେ ଭକ୍ତି ଭାବ ଜାଗ୍ରତ ହେବ । ପାରିବାରିକ ସୁଖ ଏବଂ ସଜ୍ଜମାନଙ୍କ ସାନ୍ନିଧ୍ୟ ମିଳିବ । ନିଜବନ୍ଧୁଙ୍କ ହିତୈଷୀହେବେ । ଶୁଭରଙ୍ଗ ଗାଢ ୟେଲୋ ।ଶୁଭ ଅଙ୍କ ୪ ।


ମିଥୁନ - ସାମାନ୍ୟ ମାତ୍ରାର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ସହଘାତ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହଚଳିବାକୁ ପଡିବ ।ଶୁଭରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୬ ।


କର୍କଟ–ମାନସିକ ଶାନ୍ତି ଫେରି ପାଇବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତକରିପାରନ୍ତି । ଭଦ୍ର ବ୍ୟବହାର କରି ଜନାଦୃତ ହୋଇପାରନ୍ତି ।ମନୋରମା କନ୍ୟାସହିତ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିରହେବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୫ ।


ସିଂହ –ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ ।ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ ।ସଙ୍ଗୀତ ପ୍ରିୟହେବେ ।ଭୋଗ-ବିଳାସ କରିପାରନ୍ତି । କଳାଧନ ପାଇବାକୁ ପ୍ରବଳ ଉଦ୍ୟମ କରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।


କନ୍ୟା – ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉତ୍‌ଫୁଲ୍ଲିତ ହେବେ । ଅନ୍ୟାୟର ପ୍ରତିବାଦ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସାଧନାରେ ସିଦ୍ଦି ପ୍ରାପ୍ତ ହେବେ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୩ ।


ତୁଳା– ପୈତୃକ ସମ୍ପତ୍ତି ପାଇବାକୁହକ୍‌ଦାରହେବେ । ଦ୍ରବ୍ୟ ନଷ୍ଟ ହେବାରସମ୍ଭାବନା ଅଛି ।ସବୁବାଧା-ବିଘ୍ନକୁ ଏଡାଇ କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ସକ୍ଷମ ହେବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୮ ।


ବିଛା–ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ ।ସେବା ପରାୟଣ ହୋଇପାରନ୍ତି । ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ । ହର୍ଷଯୁକ୍ତ ବିଶୁଦ୍ଧ ଭାଷୀ, ଧନଶଳୀ, ବହୁମୁକ୍ତାର ଅଧିକାରୀ ହେବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୨ ।


ଧନୁ –ସ୍ଥାନାନ୍ତର ଯୋଗ ଅଛି । ଚିନ୍ତାଗ୍ରସ୍ତ ଏବଂ ବରିଷ୍ଠ ଓ ଶ୍ରେଷ୍ଠ ହୋଇପାରନ୍ତି ।ଶୀଳଧନ ପ୍ରାପ୍ତ ହେବେ । ପରାମର୍ଶ ଦାତାହେବେ ।ବହୁମିତ୍ରଙ୍କ ସାନିଧ୍ୟ ଓ ସହଯୋଗ ପାଇ ଆତ୍ମସନ୍ତୋଷ ଲାଭକରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।


ମକର–ବାଧ୍ୟତାର ସମ୍ମୁଖୀନ ହେବେ ।ସୁଖ-ସନ୍ତୋଷଲାଭକରିବେ ।ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।ଚେଷ୍ଟାରେ ସଫଳତା ଲାଭ କରିବେ ।କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି । ନାନା ବିଭବ ମଣ୍ଡିତ ହୋଇପାରନ୍ତି ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୮ ।


କୁମ୍ଭ -କୌଣସି ଦ୍ରବ୍ୟ ହଜି ଯାଇପାରେ । ବ୍ୟୟବୃଦ୍ଧି ହୋଇପାରେ । ପ୍ରଭୂତବିତ୍ତର ଅଧିକାରୀହେବେ । ନାନା ପ୍ରକାର ସୁବିଦ୍ୟା ଅର୍ଜନ କରିବା ଦ୍ୱାରାଜ୍ଞାନ-ଗରିମାବୃଦ୍ଧି ପାଇବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।


ମୀନ - ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କଲେ ଲାଭପ୍ରଦ ହେବ । ସୁଖ-ସମ୍ମାନ ଲାଭକରିବେ । ବିଜ୍ଞାନୀ ହେବେ ।ବରପ୍ରାପ୍ତ ହୋଇପାରନ୍ତି ।ସତ୍ୟର ପୂଜାରୀହେବେ ।ସୁବକ୍ତା ଭାବେ ଜନ-ମନ କିିଣିବାରେ ସକ୍ଷମ ହୋଇପାରନ୍ତି ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.