ଜିରୋ ନାଇଟରେ କମ୍ପିବ କଟକ, ଧୂମ ମଚାଇବେ ବଲିଉଡ-ଓଲିଉଡ ଷ୍ଟାର, ସିଙ୍ଗର

Published By : Prameya-News7 Bureau | December 30, 2019 IST

କଟକ ୩୦।୧୨:  କଟକରେ ନୂଆବର୍ଷ ୨୦୨୦କୁ ସ୍ଚାଗତ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟରେ ବଲିଉଡ୍, ଓଲିଉଡ୍ କଳାକାରମାନେ ନାଚ ଗୀତ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

{"id":204726,"sizeSlug":"large"}

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ସରିଯିବ ୨୦୧୯ ।  ନୂଆବର୍ଷ ୨୦୨୦କୁ ସ୍ବାଗତ କରିବାକୁ ସବୁଠି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କଟକର ବିଭିନ୍ନ ହୋଟେଲ୍ ଓ କ୍ଲବ୍ ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସର୍ବପୁରାତନ କଟକ କ୍ଲବରେ ବଲିଉଡ୍ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ନୂଆବର୍ଷକୁ ସ୍ବାଗତ କରିବେ ଲୋକ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେହପରି ମଧୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ୟୁନିୟନ କ୍ଲବ୍ ରେ ମଧ୍ୟ ଜିରୋ ନାଇଟ୍ ରେ ବଲିଉଡ୍ ଓ ଓଲିଉଡ୍ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥି ସହ ବିଭିନ୍ନ ପ୍ରକାରର ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।

{"id":204727,"sizeSlug":"large"}

ଶାନ୍ତି ଶୃଙ୍ଖଳାରେ ଯେପରି ଲୋକମାନେ ନୂଆ ବର୍ଷକୁ ସ୍ବାଗତ କରିବେ ସେଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଜିରୋ ନାଇଟ୍ ରେ ଆଇନ୍ ଶୃଙ୍ଖଳା ଉପରେ ନଜର ରଖିବେ । ମଦ ପିଇ ଗାଡି ଚଳାଇବା ଓ ରାସ୍ତାର ଉତ୍ପାତ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ବି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.