ପାର୍ଟି ବମ୍ ଫୁଟାଇ, କେକ୍ କାଟି ଥାନାରେ ନୂଆବର୍ଷ ପାଳନ କଲେ ପୋଲିସକର୍ମୀ

Published By : Prameya-News7 Bureau | January 02, 2021 IST

ଦେବାସ ୦୨/୦୧ : ନୂଆବର୍ଷ ୨୦୨୧ ଆରମ୍ଭରେ ଦେବାସ ଥାନାରେ ନୂଆବର୍ଷର ଆସର ଜମିଥିଲା। ନୂଆବର୍ଷ ଅବସରରେ କର୍ମଚାରୀଙ୍କୁ ଖୁସି କରିବାକୁ ସିଏସପି ବିବେକ ସିଂହ ଚୌହାନ ନୂଆ ଆରମ୍ଭ କରିଥିଲେ। ସହରର ସୁରକ୍ଷା କାର୍ଯ୍ୟରେ ଲାଗିଥିବା ସୁରକ୍ଷାକର୍ମୀଙ୍କୁ ସାକ୍ଷାତ କରିବାକୁ ଥାନାରେ ପହଞ୍ଚିଥିଲେ ଓ ନୂଆବର୍ଷ ପାଳନ କରିଥିଲେ। ପୋଲିସ କର୍ମୀଙ୍କ ସହ ଗଣମାଧ୍ୟମ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

ସିଏସପି ବିବେକ ସିଂହ ଥାନାରେ ପହଞ୍ଚିବା ପରେ ସେଠାରେ ପାର୍ଟି ବୋମା ଫୁଟାଯାଇଥିଲା ଓ କେକ କଟାଯାଇଥିଲା। ସମସ୍ତେ ପରସ୍ପରକୁ କେକ ଖୁଆଇଥିଲେ ଓ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମତଭେଦ ଭୁଲି ମିଳିମିଶି କାମ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ପୋଲିସକର୍ମୀ କହିଥିଲେ, ନୂଆବର୍ଷ ସମସ୍ତେ ନିଜ ପରିବାର ଓ ବନ୍ଧୁ-ସମ୍ପର୍କୀୟଙ୍କ ସହ ପାଳନ କରନ୍ତି। କିନ୍ତୁ ପୋଲିସକର୍ମୀଙ୍କ ପାଇଁ ଏହା ସବୁଦିନ ଭଳି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.