Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅକଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଆସିଗଲାଣି ନୂଆବର୍ଷ, ଭାରତକୁ ଛୁଇଁବ କିଛି ସମୟ ପରେ: ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର

31/12/2018 at 7:27 PM

ଭୁବନେଶ୍ବର ୩୧|୧୨: କିଛି ସମୟ ପରେ ବିଦାୟ ନେବ  ୨୦୧୮ ।  ଆଉ ନୂଆବର୍ଷ ୨୦୧୯କୁ  ସ୍ବାଗତ କରିବ ସାରା  ବିଶ୍ବ । ଜିରୋ  ନାଇଟ୍  ସେଲିବ୍ରେସନ୍  ସହ ନୂଆବର୍ଷକୁ ସ୍ବାଗତ କରିବାକୁ ପୁ ଠୁ ପଲ୍ଲୀ, ସହର ଠି ଉତ୍ସାହ ଓ ଉନ୍ମାଦନା।  ତେବେ ସେଲିବ୍ରେସନ୍ ବେଳେ ଯେପରି କୈଣସି  ଅଘଟଣ ନଘଠେ  ସେଥିପାଇଁ ପୋଲିସ ପ୍ରଶାସନ ବ୍ୟବସ୍ଥା ସହ ହୋଟେଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଜାଞ୍ଚ କରାଯାଇଛି। ଏହାସହ ଶ୍ରଦ୍ଧାଳୁମାନେ  ରାତି ୨ଟାରୁ   ଶ୍ରୀଜୀଉଙ୍କ ଦର୍ଶନ  ପାଇଁ ପୁରୀ  ମନ୍ଦିର  ପ୍ରଶାସନ ବ୍ୟବସ୍ଥା  କରିଛି।

ଭିଓ- ଆରମ୍ଭ ହୋଇଗଲା ନ୍ୟୁ ଇୟରର ମାହୋଲ। ଆସିଗଲାଣି ନୂଆବର୍ଷ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ। ଏଠାରେ ୧୯କୁ ଧୁମଧାମରେ ସ୍ବାଗତ କରାଯାଇଛି। ଅଷ୍ଟ୍ରେଲିଆକୁ ବି ଆସିଗଲାଣି ନୂଆ ବର୍ଷ। ଧିରେ ଧିରେ ପୃଥିବୀ ବୁଲିବା ସହିତ ଗୋଟିଏ ପରେ ଗୋଟିଏ ଦେଶକୁ ଛୁଇଁଛି ନ୍ୟୁ ଇୟର। ସବୁଠି ନୂଆ ବର୍ଷର ମାହୋଲ ଖୁବ୍‌ ରଙ୍ଗୀନ ଅଛି।

୧୮ ଯିବ ୧୯ ହବ।  ଗାଁ ଠୁ  ସହର  ସବୁଠି ଉତ୍ସାହ ଆଉ ଉତ୍ସାହ। ସବୁଠି ବ୍ୟାପକ  ଆୟୋଜନ  ।   ରଙ୍ଗୀନ ଆଲୋକ ମାଳାରେ ଝଲସୁଛି  ସହରର ବିଭିନ୍ନ  ହୋଟେଲ   ।  ଜିରୋ ନାଇଟ୍   ପାଳନ ପାଇଁ  ବିଦେଶୀ ଡ୍ୟାନ୍ସ  ଷ୍ଟାରଙ୍କ ସମେତ ବଲିଉଡ, ଓଲିଉଡି ଷ୍ଟାରମାନଙ୍କର ସୋର ହୋଇଛି ଆୟୋଜନ।ସିଲକ ସିଟି ବ୍ରହ୍ମପୁର, ବନ୍ଦର ନଗରୀ ପାରାଦ୍ବୀପ , ସିଲଭର ସିଟି  କଟକ  ସବୁଠି  ପୁରା ଉତ୍ସବର ମାହୋଲ  ।  ଆଉ  ରାଜଧାନୀ ରେ  ତ ପ୍ରସ୍ତୁତି ପୁରା  ଲା ଜବାବ 

ସୁରକ୍ଷା ବ୍ୟବସ୍ଥା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଜାଞ୍ଚ ହୋଇଛି  । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ କମିଶନରେଟ୍  ପୋଲିସ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା ହୋଇଛି ।  ୮ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା  ସହ ରାଜଧାନୀର ବିଭିନ୍ନ ସ୍ଥାନରେ ୧୬ପ୍ଲାଟୁନ୍  ଫୋର୍ସ ମୁତୟନ ହୋଇଛନ୍ତି । ପ୍ରତ୍ୟେକ ଥାନାକୁ ଅତିରିକ୍ତ  ପୋଲିସ ଫୋର୍ସ ଯୋଗାଇ ଦିଆଯାଇଛି ।  ଏହାସହ  ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ  ରାତି ୧୧ଟା ୫୫ ମିନିଟ୍ ରୁ  ମଧ୍ୟ ରାତ୍ରି ସାଢେ ୧୨ଟା ପର୍ଯ୍ୟନ୍ତ  ବାଣ ଫୁଟାଇବାକୁ ନିର୍ଦ୍ଦେଶ ହୋଇଛି  । ଏହାକୁ  କଡାକଡି ପାଳନ କରିବାକୁ  ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି

ସେପଟେ  ନୂଆ ବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ବତନ୍ତ ନୀତି ନିର୍ଘଣ୍ଟ ହୋଇଛି  ।   ରାତି ପ୍ରାୟ ସାଢ଼େ ଗୋଟାଏରୁ ଦ୍ବାର ଫିଟାଯାଇ ରାତି ୨ଟାରୁ ଦର୍ଶନ ଚାଲିବ ।  ଆସନ୍ତା କାଲି ସକାଳ ସାଢ଼େ ୬ଟାରୁ ୭ଟା ଭିତରେ ପହିଲି ଭୋଗ ନୀତି କରାଯିବା ପାଇଁ  ପ୍ରସ୍ତୁତ ହୋଇଛି ।  ତେବେ  ଆଗାମୀ ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହାହି ଜଗନ୍ନାଥଙ୍କ ପାଖରେ କମାନା  କରାଯାଉଛି ।

   Related Posts