Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୬ମାସ ଯାଏଁ ନିଶ୍ଚୟ ମନେ ରଖନ୍ତୁ ଏହି ୬ଟି ତାରିଖ : ନଚେତ୍ ଲକ୍ଷ ଲକ୍ଷ ଟଙ୍କାର ସହିବେ କ୍ଷତି

5/01/2020 at 12:15 PM

ନୂଆଦିଲ୍ଲୀ ୫/୧: ନୂଆବର୍ଷ ଆରମ୍ଭ ହୋଇ ଯାଇଛି। ଏବର୍ଷର ପ୍ରଥମ ୬ମାସରେ ଏପରି ଅନେକ ତାରିଖ ରହିଛି ଯାହା ମନେ ରଖିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ଏହି କାମ କରି ନାହାନ୍ତି ତେବେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼େ। ଏହା ସହିତ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା ଏପରି କିଛି ଜରୁରୀ ଡେଡଲାଇନ୍ ବିଷୟରେ

ଜାନୁୟାରୀ ୧୫: କେନ୍ଦ୍ର ସରକାର ସମସ୍ତ ଗାଡ଼ି ଉପରେ ଜାନୁୟାରୀ ୧୫ଯାଏଁ ଫାଷ୍ଟଟ୍ୟାଗ୍ ଅନିବାର୍ଯ୍ୟ କରି ଦେଇଛି। ଯଦି ଆପଣ ଏହି ଡେଡଲାଇନକୁ ଅଣଦେଖା କରୁଛନ୍ତି ତେବେ ଜାତୀୟ ରାଜପଥରେ ଦୁଇଗୁଣା ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ।

ଏହା ବ୍ୟତୀତ ଟ୍ୟାକ୍ସପେୟାରସଙ୍କୁ ସର୍ଭିସ୍ ଟ୍ୟାକ୍ସ ଏବଂ କେନ୍ଦ୍ର ଉତ୍ପାଦ ଶୁଳ୍କ ସହ ଜଡ଼ିତ ବିବାଦକୁ ସମାଧାନ କରିବା ନିମନ୍ତେ ଜାନୁୟାରୀ ୧୫ତାରିଖ ଯାଏଁ ସୁଯୋଗ ମିଳିଛି। କେନ୍ଦ୍ର ସରକାର ‘ସବକା ବିଶ୍ବାସ’ ଯୋଜନାର ଡେଡଲାଇନ୍ ବଢ଼ାଇ ଦେଇଛନ୍ତି। ଗତ ସେପ୍ଟେମ୍ବର ୧ତାରିଖରୁ ଲାଗୁ ହୋଇଥିବା ଏହି ଯୋଜନା ଡିସେମ୍ବର ୩୧ତାରିଖ ଯାଏଁ ସୀମିତ ଥିଲା।

ଜାନୁୟାରୀ ୩୧: କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ଼(ସିବିଡିଟି) ଟ୍ୟାକ୍ସପେୟାରଙ୍କୁ ଜୋରିମାନା ଦେଇ ନିଜ ଟ୍ୟାକ୍ସ ଫ୍ରି ହେବାପାଇଁ ଅବସରର ସମୟସୀମା ଜାନୁୟାରୀ ୩୧ତାରିଖକୁ ବଢ଼ାଇ ଦେଇଛି। ଏହା ପୂର୍ବରୁ ଏହି ସୁବିଧା ୨୦୧୯ ଡିସେମ୍ବର ୩୧ତାରିଖ ଯାଏଁ ସୀମିତ ଥିଲା।

ଫେବୃୟାରୀ ୬ : ପ୍ରତି ୨ବର୍ଷରେ ଆୟୋଜିତ ହେବାକୁ ଥିବା ଅଟୋ ଏକ୍ସପୋ ୨୦୨୦ର ଉଦଘାଟନ ୨୦୨୦ ଫେବୃୟାରୀ ୬ତାରିଖରେ ହେବ। ଏହି ଏକ୍ସପୋରେ ବଡ଼ ବଡ଼ ଅଟୋ କମ୍ପାନୀ ନିଜର ନୂଆ ଏବଂ ଇନୋଭେଟିଭ ପ୍ରଡକ୍ଟର ଶୋକେସ୍ ଏବଂ ଲଞ୍ଚ କରେ। ଏହି ଏକ୍ସପୋ​ରେ ଆପଣ ପ୍ରତି ସେଗମେଣ୍ଟର ଗାଡ଼ିଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଦେଖି ପାରିବେ।

ମାର୍ଚ୍ଚ ୧୫ : ଯେଉଁମାନେ ଆଗୁଆ ଟ୍ୟାକ୍ସ ଜମା କରନ୍ତି ତାଙ୍କ ପାଇଁ ୨୦୨୦ମାର୍ଚ୍ଚ ୧୫ତାରିଖ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ମାର୍ଚ୍ଚ ୩୧ : ଆଧାର ଏବଂ ପ୍ୟାନ୍ ଲିଙ୍କିଙ୍ଗର ଡେଡଲାଇନ୍ ମଧ୍ୟ ବଢ଼ି ମାର୍ଚ୍ଚ ୩୧ ହୋଇ ଯାଇଛି। ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କ ପାଇଁ ପେନସନ୍ ସ୍କିମ୍ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାରେ ବିନିଯୋଗର ଶେଷ ତାରିଖ ମାର୍ଚ୍ଚ ୩୧। ଏହି ସ୍କିମରେ ୧୦ବର୍ଷ ପାଇଁ ଗ୍ୟାରେଣ୍ଟି ପେନସନ୍ ମିଳିଥାଏ।

ମଇ ୩୧ : ମଇ ୩୧ତାରିଖ ଯାଏଁ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ୩୪୨ଟଙ୍କା ନାହିଁ ତେବେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସ୍କିମ୍ ଲ୍ୟାପ୍ସ କରି ଦିଆଯିବ। ମୋଦି ସରକାରଙ୍କ ଏହି ଦୁଇଟି ସ୍କିମର ବାର୍ଷିକ କିସ୍ତି ମଇ ୩୧ତାରିଖ ଯାଏଁ କଟିଥାଏ। ଏହି ଦୁଇଟି ସ୍କିମ୍ ଜରିଆରେ ପଲିସିଧାରୀଙ୍କୁ ମୋଟ ୪ଲକ୍ଷ ଟଙ୍କାର ବୀମା ମିଳିଥାଏ।

   Related Posts