ନବବର୍ଷକୁ ବିଶ୍ବବ୍ୟାପୀ ଜୋରଦାର ସ୍ବାଗତ : ଜିରୋ ନାଇଟରେ ଗ୍ରାଣ୍ଡ ସେଲିବ୍ରେସନ, ରଙ୍ଗବେରଙ୍ଗ ଆଲୋକ ସହ ଆତଶବାଜିରେ ଚମକିଲା ଆକାଶ

Published By : Prameya-News7 Bureau | January 01, 2019 IST

ଭୁବନେଶ୍ବର ୦୧|୦୧: ବିଦାୟ ନେଇଛି ୨୦୧୮, ଆସିଛି ବର୍ଷ ୨୦୧୯ । ସ୍ମୃତି ଛାଡିଯାଇଛି ପୁରଣା ବର୍ଷ । ପ୍ରଥମ ସକାଳରେ ପାଦ ଦେଇଛି ନୂଆବର୍ଷ ୨୦୧୯ । ନୂଆ ଆଶା, ଉନ୍ମାଦନା ଓ ସମ୍ଭାବନା ନେଇ ଆସିଛି  ବର୍ଷର ପହିଲି ସକାଳ  । ସେପଟେ  ନୂଆବର୍ଷକୁ ଦମଦାର ଷ୍ଟାଇଲରେ ସ୍ୱାଗତ କରିଛନ୍ତି ଦେଶବାସୀ । ଜିରୋ ନାଇଟରେ ପୂରା ଦେଶରେ ଉତ୍ସବର ମାହୋଲ । ଚାରିଆଡେ ନାଚଗୀତରେ ମସଗୁଲ ହୋଇଯାଇଥିଲେ ଲୋକେ । ଆତଶବାଜିର ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ପଡିଥିଲା ନୀଳ ଆକାଶ । ୨୦୧୮କୁ ବିଦାୟ ଦେବା ଯେତିକି କଷ୍ଟକର ଥିଲା ତାହା ଠାରୁ ଅଧିକ ଖୁସି ୨୦୧୯ ଆଣିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଆଉ ଏହି ନୂଆବର୍ଷକୁ ନାଚଗୀତ ସହ ସେଲିବ୍ରେସନ କରିବା ସହ ସ୍ୱାଗତ କରିଛନ୍ତି ଲୋକେ । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଭିନ୍ନ ଭିନ୍ନ ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.